ନିରନ୍ତର ବିକାଶ ଲକ୍ଷ୍ୟ-୨ଠ୩ଠ ଏଜେଣ୍ଡା ପ୍ରସ୍ତୁତ

ଭୁବନେଶ୍ୱର (ବୁ୍ୟରୋ): ଭୁବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ଏକାଡେମୀ ଠାରେ ଦୁଇଦିନ ବ୍ୟାପୀ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ “ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ୨୦୩୦’ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ୫୧ ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଆୟୋଜିତ ଉକ୍ତ ପ୍ରଶିକ୍ଷଣ କର୍ମଶାଳାକୁ ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନର୍ ପ୍ରଦୀପ କୁମାର ଜେନା ଉଦ୍ଘାଟନ କରି କହିଥିଲେ ଯେ, ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟସୂଚୀ (ଏଜେଣ୍ଡା) ପ୍ରସ୍ତୁତ କରାଯାଇଛି ।
ଏହାର କାର୍ଯ୍ୟକାରିତା ଓ ଶତପ୍ରତିଶତ ସଫଳତା ହାସଲ ଦିଗରେ ବିଭିନ୍ନ ବିଭାଗର ବ୍ୟୟ ଅଟକଳରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ପୃକ୍ତ ବିଭାଗରେ କାର୍ଯ୍ୟରତ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପ୍ରମୁଖ ଭୂମିକା ରହିଛି । ସମ୍ପୃକ୍ତ ଅଧିକାରୀମାନେ ନିଜ ବିଭାଗରେ ଏ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି । ବିଗତ ଦିନମାନଙ୍କରେ ସଂଘଠିତ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଓ ଅନିୟମିତ ବର୍ଷା ଆଦି ଅନୁଶୀଳନ କରି ଏହାର ନିରାକରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ସମସ୍ତ ବିଭାଗମାନଙ୍କ ସମ୍ମିଳିତ ସହଯୋଗ ଆବଶ୍ୟକ । ବିକାଶର ନିରନ୍ତର ପ୍ରକ୍ରିୟାରେ ରାଜ୍ୟର ସମସ୍ତ ବର୍ଗଙ୍କ ସାମଗ୍ରୀକ ବିକାଶ ସାଧନ ପାଇଁ ୨୦୩୦ ଏଜେଣ୍ଡାରେ ସୂଚୀତ ୭ ଟି ଉଦେ୍ଦଶ୍ୟ ଏବଂ ତତ୍ ଅନ୍ତର୍ଗତ୧୬୯ଟି ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ବିଭାଗର ସକ୍ରିୟ ଭୂମିକା ରହିଛି ।
କର୍ମଶାଳାର ଅନ୍ତିମ ଦିବସରେ ଯୋଜନା ଓ ସଂଯୋଜନ ବିଭାଗ ଯୁଗ୍ମ ସଚିବ ତଥା ରାଜ୍ୟ ଏସ୍ଡିଜି ନୋଡାଲ୍ ଅଧିକାରୀ ମନୀଷ ଅଗ୍ରୱାଲ୍, ଅର୍ଥ ବିଭାଗ ବଜେଟ୍ ନିଦେ୍ର୍ଦଶକ ଡଃ. ସତ୍ୟପ୍ରିୟ ରଥ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନର ନିଦେ୍ର୍ଦଶକ ସରୋଜ କୁମାର ଦାସ ପ୍ରମୁଖ ପ୍ରମାଣ ଆଧାରିତ ଯୋଜନା, ଏସ୍ଡିଜି ମନିଟରିଂ ଫ୍ରେମ୍ୱାର୍କ ଏବଂ ଏଥି ସମ୍ବନ୍ଧିତ ଡ୍ୟାସ୍ବୋର୍ଡ଼ କାର୍ଯ୍ୟକାରିତା ଆଦି ବିଷୟରେ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *