ଶ୍ରୀଲଙ୍କାରେ ଗୁରୁତର ଖାଦ୍ୟ ସଙ୍କଟ

କଲମ୍ବୋ (ଏଜେନ୍ସି): ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ଜୁଝୁଥିବା ଶ୍ରୀଲଙ୍କାରେ ଏବେ ଉକ୍ରଟ ଖାଦ୍ୟ ସଂକଟ ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଜନତା ଦୈନିକ ଖାଦ୍ୟାଭାବଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଖାଦ୍ୟ ସାମଗ୍ରୀର ଅଭାବ ଓ ଉକ୍ରଟ ଦର ବୃଦ୍ଧି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଏଭଳି ପରିସ୍ଥିତିରେ ସାଧାରଣ ଜନତା ଏବେ ଶ୍ରୀଲଙ୍କା ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ସହ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ୍ ଏବଂ ସରକାରରେ ଥିବା ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଇସ୍ତଫା ଦାବିରେ ନାରାବାଜି କରିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ସବୁପ୍ରକାର ସହାୟତା ଯୋଗାଇଦିଆଯାଉଥିଲେ ମଧ୍ୟ ଶ୍ରୀଲଙ୍କା ପରିସ୍ଥିତିରେ ସୁଧାର ଆସିପାରିନାହିଁ । କେବଳ ସାଧାରଣ ଲୋକ ନୁହଁନ୍ତି, ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, ଛାତ୍ରସମାଜ, କ୍ରିକେଟ ଖେଳାଳି, ନନ୍ଙ୍କ ସହ ଏବେ ଡାକ୍ତରମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *