ସଚେତନ ହେଲେ ଦୁର୍ଘଟଣାକୁ ଏଡ଼ାଇ ପାରିବା

ସଡ଼କ ସୁରକ୍ଷା ପ୍ରଶିକ୍ଷଣ ଶିବିର
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ରେ ସଡ଼କ ସୁରକ୍ଷା ନେଇ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଲିସ ବିଭାଗ ଓ ପରିବହନ ବିଭାଗର ଅଧିକାରୀଙ୍କୁ ଦୁର୍ଘଟଣା ପରବର୍ତ୍ତି ତଦନ୍ତ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଗୁରୁବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସମ୍ମାନିତ ଅତିଥି ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ବ୍ରହ୍ମପୁର ଭି କୀର୍ତ୍ତି ଭାସନ୍ ପ୍ରମୁଖ ଯୋଗ ଦେଇଥିଲେ ।
ସଡକ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ପୁଲିସ ବିଭାଗ ଏବଂ ପରିବହନ ବିଭାଗର ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଆଇଜି ଶ୍ରୀ ଭୋଇ ଜଣାଇଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବା ଦିଗରେ ସଚେତନତା ହିଁ ଗୁରୁତ୍ୱପୂର୍ଣ୍ଣ । ଦୁର୍ଘଟଣା ପରେ ତରବରିଆ ଭାବେ ଅନୁସନ୍ଧାନ ନ କରି ସଠିକ ଭାବେ ତଦନ୍ତ କରିବା ଆବଶ୍ୟକ । ଦୁର୍ଘଟଣା ଅଞ୍ଚଳର ସ୍ଥିତି, ରାସ୍ତା ଅବସ୍ଥା, ପାରିପାଶ୍ୱର୍ିକ ପରିସ୍ଥିତି, ରାସ୍ତାରେ ଆଲୁଅ ବ୍ୟବସ୍ଥା ଇତ୍ୟାଦି ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରିବା ଆବଶ୍ୟକ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଯେପରି ଦୁର୍ଘଟଣାର ପୁନରାବୃତ୍ତି ହେବ ନାହିଁ, ସମସ୍ତ ବ୍ୟବସ୍ଥା କରିବା ଜରୁରୀ । ସ୍ୱଳ୍ପ ପ୍ରଶିକ୍ଷଣରେ ଯାନବାହନ ଚଳାଇବା ଉଚିତ ନୁହେଁ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଦୁର୍ଘଟଣା ଘଟିବା ପରେ ଯେଉଁ ମାନଙ୍କୁ ତଦନ୍ତକାରୀ ଅଧିକାରୀ ସମସ୍ତ ଦିଗ ପ୍ରତି ସଜାଗ ରହି ସଠିକ୍ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ପ୍ରଶିକ୍ଷଣ ହାସଲ କରିବା ଅପରିହାର୍ଯ୍ୟ ।
ଦୁଇ ଦିନିଆ କର୍ମଶାଳାଟିରେ ‘ମୁସ୍କାନ’ର ପ୍ରଶିକ୍ଷକଗଣ ପ୍ରଶିକ୍ଷଣ ପ୍ରଦାନ କରିବେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିବହନ ବିଭାଗୀୟ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଲାଲ୍ ମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *