ହଇଜାରେ ୨ ମୃତ, ୫ଠ ଆକ୍ରାନ୍ତ

ବ୍ରହ୍ମପୁର, ୬ା୪(ବୁ୍ୟରୋ): ମହାମାରୀ କରୋନା ଆତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଞ୍ଚଳରେ ହଇଜା ଆତଙ୍କ ସୃଷ୍ଟି ହୋଇଛି । ସ୍ଥାନୀୟ ବଖରକଟା ଗ୍ରାମରେ ହଇଜା ବ୍ୟାପି ଦୁଇ ଦିନ ମଧ୍ୟରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି । ଏଥିସହିତ ୧୫ରୁ ଊଦ୍ଧ୍ୱର୍ ପରିବାରର ପ୍ରାୟ ୫୦ଜଣ ଆକ୍ରାନ୍ତ ହୋଇ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଆସିକା ଓ ବ୍ରହ୍ମପୁର ବଡ଼ ମଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଇତିମଧ୍ୟରେ କେତେକ ଧରାକୋଟ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
ହଇଜା ବ୍ୟପିଥିବା ଖବର ପାଇ ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଧରାକୋଟ ମେଡିକାଲର ଏକ ଟିମ୍ ବଖରକଟାରେ ପହଞ୍ଚô ପରିସ୍ଥିତି ଅନଧ୍ୟାନ କରିବା ସହିତ ଆକ୍ରାନ୍ତଙ୍କୁ ଭେଟି ପ୍ରାଥମିକ ଚିକିତ୍ସା କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଛି । ହଇଜା ବ୍ୟାପିଥିବା ଖବର ପ୍ରଚାରିତ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁରେ ହୋଇଥିବା ଦଣ୍ଡନାଚ ପଣା ପିଇ ଝାଡ଼ାବାନ୍ତି ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି ବୋଲି ଧରାକୋଟ ମେଡିକାଲ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ବୁଧବାର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀମାନେ ଗାଁକୁ ଯାଇ ଜଳାଶୟ, ନଳକୂଅ ଓ କୂଅର ଜଳ ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *