ବିଜେଡି ଦଖଲରେ ଧାମନଗର ଏନ୍ଏସି

ଧାମନଗର (ଆପ୍ର): ଧାମନଗର ଏନ୍ଏସିର କାଉନସିଲର ଓ ଅଧ୍ୟକ୍ଷା ପାଇଁ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୧୧ଟି ୱାର୍ଡରେ କଂଗ୍ରେସ, ବିଜେପି, ଆପ୍ ଓ ବିଜେଡି ନିର୍ବାଚନ ଲଡୁ ଥିବାବେଳେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ବିଜେଡିର ନିବେଦିତା ଜେନା ୬୦୨୬, ବିଜେପିର ପୁଷ୍ପଶ୍ରୀ ମହାନ୍ତି ୪୯୮୦, ଆପ୍ର ପ୍ରମିଳା ବେହେରା ୪୮ ଓ କଂଗ୍ରେସର ପ୍ରମିଳା ସେଠୀ ୨୨୧୪ ଭୋଟ ପାଇଛନ୍ତି । ତେବେ ବିଜେଡିର ନିବେଦିତା ଜେନା ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ୧୦୪୬ ଭୋଟରେ ପରାସ୍ତ କରିଛନ୍ତି । ମୋଟ ୧୧ ୱାର୍ଡରୁ ବିଜେପି ହାତକୁ ୨ଟି ଯାଇଥିବା ବେଳେ ଅନ୍ୟ ୯ ଗୋଟି ୱାର୍ଡ ବିଜେଡି ହାତକୁ ଯାଇଛି ।
୧୧ଟି ୱାର୍ଡରୁ ବିଜେଡିର ୨ ନମ୍ବର ୱାର୍ଡରେ ଜାନକୀ ଲତା ସେଠୀ, ୩ ନମ୍ବରରେ ଉମ୍ମେତୁଲ ଅଏନ, ୪ ନମ୍ବରରେ ସେକ୍ ଜୟନୁଲ ହକ, ୫ ନମ୍ବରରେ ଅନୁ ମୁଣ୍ଡା, ୬ ନମ୍ବରରେ ଓସିମ୍ ୟାଜଦାନି, ୮ ନମ୍ବରରେ ରହିମା ଖାତୁନ, ୯ ନମ୍ବରରେ ନଗମା ଖାତୁନ୍, ୧୦ ନମ୍ବରରେ ଅନସୂୟା ମଲ୍ଲିକ, ୧୧ ନମ୍ବରରେ ସୁଭାଷିନ କର ବିଜୟୀ ହୋଇଛନ୍ତି । ବିଜେପିର ୧ ନମ୍ବର ୱାର୍ଡରୁ ଉତ୍ତମ କୁମାର ମହାନ୍ତି ଓ ୭ ନମ୍ବରରୁ ସ୍ୱାଧୀନ ସମ୍ବିତ ଦାସ କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଧାମନଗର ଏରିଆ ଏବେ ୧୪୪ ଧାରା ଆଇନ ଲାଗୁ ଥିବାରୁ ଶୋଭାଯାତ୍ରା ହୋଇ ନ ଥିଲା । ନବ ନିର୍ବାଚିତ ଅଧ୍ୟକ୍ଷା ନିବେଦିତା ଜେନାଙ୍କୁ ଧର୍ମଶାଳା ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାଏ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର କୁମାର ଦାସ, ଧାମନଗର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଧାମନଗର ବ୍ଲକ୍ ବିଜେଡି ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ବ୍ଲକ୍ ବିଜେଡି ସଭାପତି ଉମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *