ଏପ୍ରିଲ୍ ଶେଷ ସୁଦ୍ଧା ଏମ୍ସ ସାଟେଲାଇଟ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ

ବାଲେଶ୍ୱର (ଆପ୍ର): ଏପ୍ରିଲ ଶେଷ ସୁଦ୍ଧା ବାଲେଶ୍ୱରରେ କାର୍ଯ୍ୟକ୍ଷମ ହେବ ଭୁବନେଶ୍ୱର ଏମ୍ସର ସାଟେଲାଇଟ୍ ହସ୍ପିଟାଲ । ସେଠାରେ ଓପିଡି ସେବା ଉପଲବ୍ଧ ହେବ ବୋଲି ଭୁବନେଶ୍ୱର ଏମ୍ସ ନିଦେ୍ର୍ଦଶକ ଡାକ୍ତର ମୁକେଶ ତ୍ରିପାଠି ।
ବୁଧବାର ଏମ୍ସ ନିଦେ୍ର୍ଦଶକଙ୍କ ସହ ୧୦ ଜଣିଆ ଡାକ୍ତରୀ ଟିମ୍ ବାଲେଶ୍ୱର ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ମେଡ଼ିକାଲ୍ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ । ରୋଗୀଙ୍କୁ ସହଜରେ ଉନ୍ନତମାନର ସ୍୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କମିଟି ଦାବି କରିଥିଲା ।
ସୂଚନାଯୋଗ୍ୟ, ୨୦୧୮ ଅଗଷ୍ଟ ୨୫ ତାରିଖରେ ବାଲେଶ୍ୱରରେ ଏକ ତିନି ମହାଲା ବିଶିଷ୍ଟ ଅତ୍ୟାଧୁନିକ ଓପିଡି ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସେବେଠାରୁ ଏମ୍ସ ସାଟେଲାଇଟ୍ ହସ୍ପିଟାଲର ଓପିଡି ଅସ୍ଥାୟୀ ଭାବେ ·ନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍ ପରିସରରେ ·ଲିଛି । ବାଲେଶ୍ୱରରେ ଚାଲିଥବବା ନିଜସ୍ୱ କୋଠା ନିମିତ୍ତ ରାଜ୍ୟ ସରକାର ୩୦ ଏକରରୁ ଅଧିକ ଜମି ଯୋଗାଇ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *