ବୁଚାର କଂସେଇ କମାଣ୍ଡର ଅଜାତ୍ବେକ୍

କିବ୍/ ମସ୍କୋ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୪୩ ଦିନ ଅତିବାହିତ ହୋଇଛି । ଗତ କିଛି ଦିନ ମଧ୍ୟରେ ୟୁକ୍ରେନ୍ ରାଜଧାନୀ କିବ୍ର ବୁଚା ପ୍ରାନ୍ତରୁ ଅତ୍ୟନ୍ତ ବିଭତ୍ସ ଫଟୋ ତଥା ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏଥିରୁ ରୁଷ୍ ସେନାର ପାଶବିକ ପ୍ରବୃତ୍ତିର ସ୍ପଷ୍ଟ ପ୍ରମାଣ ମିିଳିବାରେ ଲାଗିଥିବା ବେଳେ ଏହାକୁ ନେଇ ସମଗ୍ର ବିଶ୍ୱ ଏବେ ରୁଷ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିପଡିଛନ୍ତି । ପ୍ରାପ୍ତ ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା ଚୁପ୍ ରହିଥିବା ଭାରତ ମଧ୍ୟ ବୁଚା ପ୍ରାନ୍ତରେ ହୋଇଥିବା ନରସଂହାର ତଥା ମହିଳା, ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ, ମୃତଦେହଗୁଡ଼ିକୁ ଗୁଳି କରି ହତ୍ୟା କରାଯିବା ଏବଂ ମାଟିଖୋଳି ନିରୀହ ଜନସାଧାରଣଙ୍କୁ ଜୀଅନ୍ତା ପୋତିଦେବା, ପୋଡିଦେବା ଭଳି ଘଟଣାର ପ୍ରମାଣ ମିଳିଛି । କିବ୍କୁ ନିଜ ଦଖଲରେ ରଖିଥିବା ବେଳେ ଏପ୍ରକାର ନାରକୀୟ କାଣ୍ଡ ରୁଷ୍ ସେନା ଘଟାଇଥିବା ଏବେ ଅଭିଯୋଗ ଜୋର ଧରିଛି ।
ରୁଷ୍ ସେନା ଏସବୁ କରିବା ପଛର କାରଣ ଏବେ ସାମ୍ନାକୁ ଆସିଛି । କିବ୍ ଦଖଲ ଦାୟିତ୍ୱ ନେଇଥିବା କମାଣ୍ଡର କର୍ଣ୍ଣଲ ଅଜତ୍ବେକ୍ ଓମୁରବେକୋବ୍ (୪ଠ) ରୁଷ୍ ସେନାକୁ ଏସବୁ କରିବାକୁ ନିଦେ୍ର୍ଦଶ ଦେଇଥିବା ଜାଣିବାକୁ ମିଳିଛି । ୫ଠ ବର୍ଷରୁ କମ୍ ପୁରୁଷଙ୍କୁ ଗୁଳି କରି ହତ୍ୟା କରିବାକୁ ଏବଂ ମହିଳା ଏବଂ ନାବାଳିକାଙ୍କ ସହ ନିଜ ଯୌନକ୍ଷୁଧା ମେଣ୍ଟାଇବାକୁ ଅଜାତ୍ବେକ୍ ନିଜ ଅଧୀନସ୍ଥ ସୈନ୍ୟଙ୍କୁ କହିଥିବା କୁହାଯାଉଛି । ଏତଦ୍ବ୍ୟତୀତ ମନୋରଞ୍ଜନ ପାଇଁ ନିଜ ସୈନ୍ୟଙ୍କୁ ୟୁକ୍ରେନୀୟ ମହିଳାଙ୍କୁ ନିବସ୍ତ୍ର ବା ଉଲଗ୍ନ କରି ଚଲାଇବାକୁ ମଧ୍ୟ ଅଜତ୍ବେକ୍ କହିଥିବା ଜଣାପଡିଛି । ଏମାନେ ପ୍ରାୟ ୪ଠଠ ନିରୀହ ଲୋକଙ୍କୁ ହତ୍ୟା କରିଥିବା, ଏବଂ ଅନେକଙ୍କୁ ପୋଡିଦେଇଥିବାର ପ୍ରମାଣ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *