ଅଭାବି ବିକ୍ରି ଓ ଦରଦାମ୍ ବୃଦ୍ଧି ବାଧୁଛି

ନବନିର୍ମାଣ କୃଷକ ସଂଗଠନର ସମାବେଶ
ନିଆଳି (ଆପ୍ର):ଏହି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ସ୍ଥିତ ମା’କୁତାମଚଣ୍ଡୀ ଓ ଗତେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଅତିଥିମାନେ ଯୋଗଦେଇ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ । ଏଥିସହ କୃଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ନ ଦେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସମାବେଶରେ ଉଦ୍ବୋଧନ ଦେଇ ସରକାରଙ୍କୁ ସମାଲୋଚନା କରିଥିଲେ । ସଂଗଠନର ସଦସ୍ୟ ଭ୍ରମରବର ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କୃଷକ ନେତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ଓଡିଶା ମୁଖ୍ୟ ଶେଷଦେବ ନନ୍ଦ ଯୋଗଦେଇଥିଲେ ।
ଅନ୍ୟତମ ଅତିଥି ଦୁର୍ଗା ଚରଣ ସ୍ୱାଇଁ, ବାବାଜୀ ଚରଣ ଜେନା ପ୍ରମୁଖ ଯୋଗଦେଇ ବିଶେଷ କରି କୃଷକମାନେ ସବୁକ୍ଷେତ୍ରରେ ଅବହେଳିତ ହେଉଥିବା ଏବଂ ସରକାର କୃଷି ଓ କୃଷକମାନଙ୍କ ପାଇଁ କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ବାସ୍ତବ କ୍ଷେତ୍ରରେ ଚାଷୀମାନଙ୍କ ନିକଟରେ ପହଁଞ୍ଚୁ ନ ଥିବାରୁ ଚାଷୀଙ୍କ ଆର୍ଥିକ ଦୂରାବସ୍ଥା ବେଳକୁବେଳ ବିଗିଡ଼ିବାରେ ଲାଗିଛି । ଚାଷୀମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ନବନିର୍ମାଣ କୃଷକ ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନାଦେଇ ଏ କ୍ଷେତ୍ରରେ ସମସ୍ତ ଚାଷୀ ସଂଗଠିତ ହୋଇ ନ୍ୟାଯ୍ୟ ଅଧିକାର ହାସଲ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦ୍ୱିଜବର ଦାସ, ସଂଜୟ ନାୟକ, ବିଜୟ ବସ୍ତିଆ ପ୍ରମୁଖ ଯୋଗଦେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଓ ଧାନର ଅଭାବି ବିକ୍ରି ଉପରେ ଉଦ୍ବୋଧନ ଦେଇ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ସମାବେଶରେ ଅଞ୍ଚଳର ବହୁଚାଷୀ ଯୋଗଦେଇଥିବା ବେଳେ ପଞ୍ଚାୟତର କୃଷକ ନେତା ବିଜୟ ବସ୍ତିଆ ଧନ୍ୟବା ଅର୍ପଣ କରିଥିଲେ । ଗୌତମ, ବୁଟ, ମଣ୍ଟୁ, ରବିନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *