ବ୍ଲକ୍ ଅଧ୍ୟକ୍ଷାଙ୍କ ଦ୍ୱାରସ୍ଥ ହେଲା ସଂଘ

ଗାଁ ସାଥିଙ୍କ ୫ ଦଫା ଦାବି
ଗଞ୍ଜାମ (ଆପ୍ର): ଗଞ୍ଜାମ ବ୍ଲକ ଗାଁ ସାଥି(ମେଟ)ସଙ୍ଘ ପକ୍ଷରୁ ୫ ଦଫା ଦାବି ନେଇ ବ୍ଲକ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ସଂଘ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ମାନେରେଗା କାର୍ଯ୍ୟର ତଦାରଖ ପାଇଁ ୨୦୦୮ ରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ବଳରେ ପ୍ରତ୍ୟେକ ରାଜସ୍ୱ ଗ୍ରାମରୁ ସର୍ବାଧିକ ଶିକ୍ଷାଗତ ଆଧାରରେ ଚୟନ ହୋଇ ୧୩ ବର୍ଷଧରି ସଫଳ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ କିଛି ନବ ନିର୍ବାଚିତ ସରପଞ୍ଚ ଆଗରୁ କାର୍ଯ୍ୟ କରିଆସୁଥିବା ଆମ ଗାଁ ସାଥୀଙ୍କୁ ବାଦ୍ଦେଇ ନିଜର କିଛି ଅନୁଗତ୍ୟଙ୍କ ଦ୍ୱାରା ମନରେଗା କାର୍ଯ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟରତ ସମସ୍ତ ଗାଁ ସାଥି(ମେଟ)ଙ୍କ ଦ୍ୱାରା ଏମ୍ଜିଏନ୍ଆର୍ଇଜିଇ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସରପଞ୍ଚ ମାନଙ୍କୁ ଚିଠି କରିବା, ୨୦୨୧-୨୨ ବର୍ଷର ବକେୟା ଥିବା ଗାଁ ସାଥିଙ୍କ ମଜୁରି ଧାର୍ଯ୍ୟଥିବା ସମୟ ସୀମା ମଧ୍ୟରେ ଅନ୍ଲାଇନରେ ଏଣ୍ଟ୍ରି, ରେଜିଷ୍ଟର୍ଡ ଗାଁ ସାଥିଙ୍କ ଦ୍ୱାରା ଏନ୍ଏମ୍ଏମ୍ଏସ୍ କରିବା, ସମସ୍ତ ଗାଁ ସାଥିଙ୍କୁ ପରିଚୟପତ୍ର ପ୍ରଦାନ, ଏନ୍ ଗୋଇଂ ପ୍ରୋଜେକ୍ଟକୁ କ୍ଲୋଜ କରିବା ପୂର୍ବରୁ ଗାଁ ସାଥିଙ୍କୁ ଅବଗତ କରିବା ଆଦି ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସଙ୍ଘ ସଭାପତି ଦଣ୍ଡପାଣି ଦାସ, ସମ୍ପାଦକ ବସନ୍ତ କୁମାର ଚାନ୍ଦ, କୋଷାଧ୍ୟକ୍ଷ କେ.ଲିଙ୍ଗରାଜ ରେଡି, ପ୍ରଶ୍ନ କୁମାର ନାୟକ, ରମେଶ ଚନ୍ଦ୍ର ବେହେରା, ସତ୍ୟ ପ୍ରଧାନ, ପ୍ରକାଶ ନାହାକ, ଜଗନ୍ନାଥ ବେହେରା, ସୋମନାଥ ପ୍ରଧାନ, ଅଭିରାମ ପ୍ରଧାନ, ପ୍ରକାଶ ପ୍ରଧାନ, ରାଜୀବ ଗୌଡ଼, ବିମଳ ପରିଡା, ଜେ. ସେବତୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *