ଜଣେ ସନ୍ଦିଗ୍ଧ ଅଟକ

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ମାମଲା
ପୁରୀ, ୫ା୪(ବୁ୍ୟରୋ): ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ଶ୍ରୀମନ୍ଦିର ରୋଷଶାଳା ଚୁଲି ଭଙ୍ଗା ଘଟଣାରେ ୪ ଜଣ ଜେଟିପିଙ୍କୁ ସିଂହଦ୍ୱାର ଥାନା ପୁଲିସ ପଚରାଉଚରା କରୁଛି । ଚୁଲି ଭଙ୍ଗା ଦିନ ୪ ଜେଟିପିଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ । ଅନ୍ୟ ୩ ଜଣ ଜେଟିପି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେଇ ବାହାରେ ଛାଡୁଥିବାର ଦୃଶ୍ୟ ସିସି ଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି । ୨ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ରାତିରେ ଏହି ୪ଜଣ ଜେଟିପି ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ଡୁ୍ୟଟିରେ ରହିଥିଲେ । ଜଣେ ସନ୍ଦଗ୍ଧ ବ୍ୟକ୍ତିକୁ ପୁଲିସ ଅଟକ ରଖିଛି । ଖୋର୍ଦ୍ଧା-ପୁରୀ ସୀମାରୁ ତାକୁ ଧରାଯାଇ ଅଟକ ରଖାଯାଇଛି । ହେଲେ ତା’ ସଂପର୍କରେ ନିର୍ଦ୍ଧାରିତ ସମୟରେ ତଥ୍ୟ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସଂପୃକ୍ତ ସଦିଗ୍ଧ ବ୍ୟକ୍ତିଙ୍କୁ କେଉଁ କାରଣରୁ ଜେଟିପି ବାହାରେ ଛାଡିଲେ ତାହାକୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି । ତେବେ ଉକ୍ତ ଘଟଣା ସମ୍ପର୍କରେ ଏସ୍ପି କନୱାର ବିଶାଲ ସିଂ କହିଛନ୍ତି ଯେ, ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଅନୁସାରେ ତଦନ୍ତ ଜାରି ରହିଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଣି ବାହାରେ ଛାଡିଥିବା ୩ ଜଣ ଜେଟିପିଙ୍କୁ ତଦନ୍ତ ପରିସରକୁ ଅଣାଯାଇଛି । କେଉଁ ପରିସ୍ଥିତିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତାହା ଉପରେ ଫୋକସ୍ କରାଯାଉଛି ।
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ସିସିଟିଭିରୁ ଭଲ ପ୍ରମାଣ ମିଳୁଛି । ଫୁଟେଜ୍କୁ ଗୁରୁତ୍ୱ ଦିଆଯାଇ ତଦନ୍ତ ଜାରି ରଖିଛି । ଖୁବ୍ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ସେ କହିଛନ୍ତି । ସୁଆରମହାସୁଆର ନିଯୋଗର ସଭାପତି ବୈଦ୍ୟନାଥ ମହାସୁଆର କହିଛନ୍ତି ଯେ, ସତ୍ୟନାରାୟଣ ମନ୍ଦିର ପାଖରୁ ରୋଷଶାଳାକୁ ରାସ୍ତା ରହିଛି । ସେହି ରାସ୍ତା ଦେଇ ୨ ତାରିଖ ରାତିରେ ଦୁର୍ବୃତ୍ତ ଭୋଗମଣ୍ଡପକୁ ପାଖକୁ ଆସିଥିଲେ । ଭୋଗମଣ୍ଡପରୁ ପ୍ରତିହାରୀ ନିଯୋଗ ଦେଇ ପାଟଅଗଣା ଓ ପରେ ସାତପାହାଚରୁ ନାଟମଣ୍ଡପକୁ ଯାଇଥିଲେ । ନାଟମଣ୍ଡପରୁ ଗରୁଡ଼ସ୍ତମ୍ଭ ପାଖକୁ ଯାଇ ସେଠାରୁ କେଉଁଆଡେ ଚାଲିଯାଇଥିଲେ । ପରେ ୩ ଜଣ ଜେଟିପି ଜଣେ ଦୁବୁର୍ତ୍ତକୁ ବାହାରକୁ ଆଣି ଛାଡିଥିବା ଦୃଶ୍ୟ କଏଦ୍ ହୋଇଥିବା ସେ କହିଛନ୍ତି ।
ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଜାରି ରହିଥିବାରୁ ପୁଲିସ ଅଧିକ ତଥ୍ୟ ପ୍ରକାଶ କରିନାହିଁ । ପୁଲିସ ପକ୍ଷରୁ ଉକ୍ତ ସନ୍ଦିଗ୍ଧବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ଜୋରଦାର ଉଦ୍ୟମ ଜାରି ରହିଛି । ମାତ୍ର ଏହି ଚୁଲି ଭଙ୍ଗା ଘଟଣାର ଫର୍ଦ୍ଦାଫାସ୍ ଜେଟିପିମାନେ କରିବେ ବୋଲି ଆଲୋଚନା ଜୋର ଧରିଛି । ସୂଚନାଯୋଗ୍ୟ, ଗତ ରବିବାର ସକାଳେ ରୋଷଶାଳା ଖେ୍ାଲାଯିବା ପରେ ୪୩ରୁ ଅଧିକ ଭଙ୍ଗାଯାଇଥିବା ସୁଆର ସେବାୟତମାନେ ଦେଖିବାକୁ ପାଇ ଶ୍ରୀମନ୍ଦିର ପ୍ରାାସନକୁ ଜଣାଇଥିଲେ । ଶାବଳ ସହୟତାରେ ଦୁବୁର୍ତ୍ତମାନେ ଚୁଲି ଭାଙ୍ଗିଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *