ଅରଖକୁଦାରେ ମାଛଧରା ଜେଟି ଓ ସାତପଡ଼ାରେ ଡିଜେଲ ଟାଙ୍କି ନିର୍ମାଣ ହେବ

ମତ୍ସ୍ୟଜୀବୀଙ୍କ ଲାଗି ଖୁସି ଖବର
ପୁରୀ (ବୁ୍ୟରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମତ୍ସ୍ୟଜୀବୀମାନଙ୍କୁ ବିଭିନ୍ନ ସୁବିଧା ପ୍ରଦାନ ସଂକ୍ରାନ୍ତୀୟ ପ୍ରସଙ୍ଗ ଉପରେ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।
ମତ୍ସ୍ୟଜୀବୀମାନଙ୍କ ସୁବିଧା ନିମନ୍ତେ ଅରଖକୁଦା ଠାରେ ମାଛଧରା ଜେଟି, ମତ୍ସ୍ୟଜୀବୀମାନେ ସେମାନଙ୍କ ମାଛ ଧରା ଡଙ୍ଗାରେ ତେଲ ପକାଇବା ପାଇଁ ସାତପଡ଼ା ଠାରେ ଏକ ଡିଜେଲ ଟାଙ୍କି ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଡଙ୍ଗା ପଞ୍ଜିକରଣ ପାଇଁ ବାଲୁଗାଁ ଯିବାକୁ ପଡୁଥିବାରୁ ସାତପଡ଼ା ଠାରେ ଏକ କ୍ୟାମ୍ପ୍ ଅଫିସ ଖୋଲିବା ପାଇଁ ମତ୍ସ୍ୟ ବିଭାଗକୁ ଅବଗତ କରିବାକୁ ଶ୍ରୀ ଦାସବର୍ମା ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ମତ୍ସ୍ୟଜୀବୀମାନେ ଅନେକାଂଶରେ ଉପକୃତ ହୋଇପାରିବେ ।
ବୈଠକରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ବ୍ରହ୍ମଗିରି ତହସିଲ୍ଦାର କାହ୍ନୁଚରଣ ଘଡ଼େଇ, ମତ୍ସ୍ୟ ବିଭାଗ ଅତିରିକ୍ତ ନିଦେ୍ର୍ଦଶକ ଦେବାନନ୍ଦ ଭଞ୍ଜ, ମତ୍ସ୍ୟ ବିକାଶ ଇଞ୍ଜିନିୟରିଂ ନିର୍ବାହୀ ଯନ୍ତ୍ରୀ ଲକ୍ଷଣ ମିଶ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଅଁର ମାରଣ୍ଡି, ସାମୁଦ୍ରିକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବିନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *