ଶ୍ରୀମନ୍ଦିର ଜମିଜମା ସମସ୍ୟା ସମାଧାନ ଲାଗି ଡ୍ରାଫ୍ଟିଙ୍ଗ୍ କମିଟି ଗଢ଼ାଯାଉ

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ
ପୁରୀ (ବୁ୍ୟରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ୱ ଉପ-ପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଉମାବଲ୍ଲଭ ରଥଙ୍କ ଦ୍ୱାରା ଆଗତ ରିଟ୍ ପିଟିସନର ଶୁଣାଣି ଉପରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଦେଶର ଅନୁପାଳନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉକ୍ତ ବୈଠକରେ ଆଲୋଚନା କରାଯାଇଛି । ପୁରୀର ମଧୁର ଜଳଭଣ୍ଡାର ଅଞ୍ଚଳରେ ବେଆଇନ ଭାବେ ଅନେକ ବେସରକାରୀ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯିବା ଦ୍ୱାରା ସହରରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହେବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଦର୍ଶାଇ ଶ୍ରୀ ରଥ ୧୯୯୬ ମସିହାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ପିଟିସନ୍ ଉପରେ ଅଦାଲତଙ୍କ ଆଦେଶର ଅନୁପାଳନ ପୂର୍ବକ ଶ୍ରୀକ୍ଷେତ୍ର କଲୋନୀ, ପିକେଆର୍ଆଟି କଲୋନୀ ଭଳି ଅଞ୍ଚଳରେ ଖୁବ୍ଶୀଘ୍ର ସର୍ଭେକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଶ୍ରୀମନ୍ଦିର ଜମିଜମା ସମ୍ପର୍କିତ ସମସ୍ୟା ସମାଧାନ ନିମନ୍ତେ ଆଇନ ବିଭାଗ ତତ୍ତ୍ୱାବଧାନରେ ଡ୍ରାଫ୍ଟି କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ୱାରା ବିଭିନ୍ନ ମାମାଲା ଗୁଡ଼ିକର ତ୍ୱରିତ ସମାଧାନ ହୋଇପାରିବ । ସେହିଭଳି ଖାସମଲ ଅଧୀନସ୍ଥ ମାମଲା ଗୁଡ଼ିକର ତ୍ୱରିତ ଫଇସଲା ପାଇଁ ପରାମର୍ଶ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *