ଧାମନଗରରେ ୧୪୪

୬ ବୁଥ୍ରେ ସାନି ମତଦାନ ଶେଷ
ଧାମନଗର (ଆପ୍ର): ଧାମନଗର ଏନ୍ଏସିର ୬ ବୁଥ୍ରେ ସାନି ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଦିନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା । ମୋଟ ୫୯୭୯ଜଣଙ୍କ ମଧ୍ୟରୁ ୪୪୦୭ ଭୋଟର ମତଦାନ କରିଥିଲେ । ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧୧ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଆସନ୍ତା କାଲି ଗଣତି କରାଯିବ । ଏହାକୁ ଦୃଷ୍ଟିରେ ରଖି ଏନ୍ଏସି ଅଞ୍ଚଳର ସମସ୍ତ ୧୧ ୱାର୍ଡରେ ୧୪୪ ଧାରା ଜାରି କରାଯାଇଛି ।
ବୁଧବାର ସକାଳ ୮ରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଭୋଟ ଗଣତି ହେବ । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ମଙ୍ଗଳବାର ରାତି ୯ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ୫ଜଣରୁ ଅଧିକା ଲୋକ ଏକତ୍ରିତ ହେବାକୁ ନିଷେଧ କରାଯିବା ସହ ୪ ଚକିଆ ଘରୋଇ ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିଦେ୍ର୍ଦଶ ଦେଇଛନ୍ତି । କଟକଣା ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନତାଙ୍କ ଜଣାଇ ଦିଆଯାଇଛି ।
ସୂଚନାଥାଉକି ମାର୍ଚ୍ଚ ୨୪ତାରିଖରେ ନିର୍ବାଚନ ·ଲିଥିବାବେଳେ ୧୯ ନମ୍ବର ୱାର୍ଡର କେତେକ ବୁଥ୍ରେ ହିଂସାକାଣ୍ଡ ଘଟିଥିଲା । ଫଳରେ ନିର୍ବାଚନ ଅଧିକାରୀ ୬ଟି ବୁଥ୍ର ମତଦାନ ବାତିଲ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *