ଅପରାହ୍ଣ ୩.୩ଠରେ ରଥ ଟଣା

୯ରେ ଅଶୋକାଷ୍ଟମୀ
ଭୁବନେଶ୍ୱର (ବୁ୍ୟରୋ): ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଆସନ୍ତା ୯ ତାରିଖରେ ଓ ୧୩ ତାରିଖରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଓ ବାହୁଡା ଯାତ୍ରାକୁ ଶାନ୍ତିି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭୁବନେଶ୍ୱର ସର୍କିଟ୍ ହାଉସ୍ ସମ୍ମିଳନୀ ପ୍ରକୋଷ୍ଠରେ ବିଭିନ୍ନ ସରକାରୀ ଅଧିକାରୀ, ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ଓ ସେବାୟତମାନଙ୍କୁ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ଅନୁଯାୟୀ ଅଶୋକାଷ୍ଟମୀ ଦିନ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତିି ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ସଂପନ୍ନ କରାଯିବ । ଅପରାହ୍ଣ ୩.୩୦ ରେ ରଥଟଣା ଯାଇ ସଂଧ୍ୟା ପୂର୍ବରୁ ରାମେଶ୍ୱର ମନ୍ଦିର (ମାଉସୀମା ଛକ)ଠାରେ ପହଁଚିବ । ସମସ୍ତ କାର୍ଯ୍ୟ ସୁ·ରୁରୂପେ ସଂପାଦନ କରିବା ପାଇଁ ଜିଲ୍ଲାପାଳ ମନ୍ଦିର ପ୍ରଶାସନ, ସେବାୟତ ଓ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କରୋନା ଯୋଗୁ ଦୁଇବର୍ଷ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ଏବର୍ଷ ଅଧିକ ଜନଗହଳି ହେବ । ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସେବା ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ୱାଟକୋ ତରଫରୁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଧୌତ ନିମନ୍ତେ ପାଣିଟାଙ୍କି ବ୍ୟବସ୍ଥା, ମହାନଗର ନିଗମ ତରଫରୁ ମରିଚିକୁଣ୍ଡ ନିକଟରେ ଅସ୍ଥାୟୀ ଗାଧୁଆଘର, ଲିଙ୍ଗରାଜ ମନ୍ଦିର ଓ ଏହା ଚତୁର୍ପାଶ୍ୱରେ ଥିବା ମନ୍ଦିର, ରାମେଶ୍ୱର ମନ୍ଦିର ନିକଟରେ ଆଲୋକୀକରଣ ସହିତ ଛାମୁଡିଆ ବ୍ୟବସ୍ଥା, ରାସ୍ତା ସଫେଇ, ଜରୁରୀ ପରିସ୍ଥିତିରେ ଜେନେରେଟର ବ୍ୟବସ୍ଥା, ରଥଦାଣ୍ଡରେ ଝୁଲି ରହିଥିବା ବିଦ୍ୟୁତ୍ô ତାର ଓ କେବୁଲ ତାର ଅପସାରଣ, ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ଆଧ୍ୟାତ୍ମିକ ଧାରା ବିବରଣୀ, ବିଭିନ୍ନ ଗଣମାଧ୍ୟମ ତରଫରୁ କାର୍ଯ୍ୟକ୍ରମର ସିଧା ପ୍ରସାରଣ, ଅଗ୍ମିଶମ ସେବା ବ୍ୟବସ୍ଥା ଓ ଅଧିକ ସଂଖ୍ୟକ ବସ୍ ବ୍ୟବସ୍ଥା କରାଯାଇଛି ।
ବୈଠକରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ବିନୟ ଦାସ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ମନ୍ଦିର ଟ୍ରଷ୍ଟବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *