ମହଙ୍ଗା ପଡ଼ିବ ମାଗଣା ସ୍କିମ୍
ପ୍ରଧାନମନ୍ତ୍ରୀଙ୍କୁ ଟପ୍ ବୁ୍ୟରୋକ୍ରାଟ୍ଙ୍କ ପରାମର୍ଶ
ନୂଆଦିଲ୍ଲୀ, ୪ା୪: ଅନେକ ରାଜ୍ୟରେ ସରକାରଙ୍କ ପକ୍ଷରୁ ଘୋଷିତ ଜନପ୍ରିୟ ଯୋଜନା ନେଇ ବରିଷ୍ଠ ବୁ୍ୟରୋକ୍ରାଟ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ସମୟରେ ସେମାନେ କହିଛନ୍ତି ଯେ ଏସବୁ ଯୋଜନା ଲାଗୁ ହେଲେ ଅର୍ଥ ବ୍ୟବସ୍ଥା ଅସ୍ଥିର ହୋଇପଡିବ ଏବଂ ପରିଶେଷରେ ଭାରତୀୟ ଅର୍ଥବ୍ୟବସ୍ଥା ଶ୍ରୀଲଙ୍କା ଭଳି ସ୍ଥିତିରେ ପହଞ୍ଚôଯିବ ।
ଶନିବାର ପ୍ରଧାନମନ୍ତ୍ରୀ ମୋଦି ୭, ଲୋକକଲ୍ୟାଣ ମାର୍ଗସ୍ଥିତ ତାଙ୍କ କ୍ୟାମ୍ପ୍ କାର୍ଯ୍ୟାଳୟରେ ସବୁ ବିଭାଗର ସଚିବମାନଙ୍କ ସହ ୪ ଘଣ୍ଟାକାଳ ମାରାଥନ ଆଲୋଚନା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ସେମାନଙ୍କ ମତ ଉପସ୍ଥାପନ କରିବା ଲାଗି କହିଥିଲେ । ୧୨ ଜଣରୁ ଅଧିକ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ନିକଟରେ ବିଭିନ୍ନ ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟି, ତୃଣମୂଳ କଂଗ୍ରେସ ଆଦି ଦଳ ପକ୍ଷରୁ ବହୁ ଜନପ୍ରିୟ ଯୋଜନା ଘୋଷଣା କରାଯାଇଥିଲା । ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ଆର୍ଥôକ ଦୃଷ୍ଟିରୁ ଦୁର୍ବଳ ସ୍ଥିତିରେ ଥିଲେହେଁ ସେହି ରାଜ୍ୟର ଭୋଟରମାନଙ୍କୁ ମାଗଣା ବିଦୁ୍ୟତ୍, ମହିଳାମାନଙ୍କୁ ମାସିକ ଭତ୍ତା ପ୍ରଭୃତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହିସବୁ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟମାନଙ୍କ ଅବସ୍ଥା ଶ୍ରୀଲଙ୍କା ବା ଗ୍ରୀସ୍ ଭଳି ସଙ୍କଟାପନ୍ନ ହୋଇପଡିବ । ଉଦାହରଣ ସ୍ୱରୂପ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଆପ୍ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଏବେ କେନ୍ଦ୍ରଠାରୁ ୨ ବର୍ଷ ଲାଗି ୫୦ ହଜାର କୋଟି ଟଙ୍କାର ଅନୁଦାନ ମାଗିଛି ।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଆର୍ଥôକ ସଂକଟର ସମ୍ମୁଖୀନ ହୋଇଛି । ସେଠାରେ ଇନ୍ଧନ ମିଳୁନାହିଁ । ରୋଷେଇ ଗ୍ୟାସ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ବିଦୁ୍ୟତ୍ ଉତ୍ପାଦନ ନ ହେବା ଯୋଗୁଁ ସାରା ଦେଶରେ ବହୁ ସପ୍ତାହ ହେଲା ବିଦୁ୍ୟତ୍ କାଟ୍ ଜାରି ରହିଛି ।
ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପିକେ ମିଶ୍ର ଓ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ତୁଙ୍ଗ ବୁ୍ୟରୋକ୍ରାଟ୍ମାନେ ଯୋଗଦେଇଥିଲେ । ଆଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ କହିଥିଲେ ଯେ ସମ୍ବଳର ଅଭାବ ମାନସିକତାରୁ ବାହାରି ଆସି ଉପଲବ୍ଧ ସମ୍ବଳର ପରିଚାଳନାଜନିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଲାଗି ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ଗରିବୀ ଯୋଗୁଁ ପ୍ରମୁଖ ବିକାଶମୂଳକ ସ୍କିମ୍ କାର୍ଯ୍ୟକାରୀ ହୋଇ ନ ପାରିବା ଭଳି ବାହାନାର ପୁରୁଣା କାହାଣୀ ଛାଡ଼ି ବୃହତ୍ତର ଦୃଷ୍ଟିକୋଣ ଆପଣାଇବାକୁ ହେବ ।
କୋଭିଡ୍ ମହାମାରୀ କାଳରେ ସଚିବମାନେ ଯେଉଁ ଟିମ୍ୱାର୍କ ପ୍ରଦର୍ଶନ କରିଥିଲେ, ତାହା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ । ସେ କହିଥିଲେ, ଭାରତ ସରକାରଙ୍କ ସଚିବମାନେ ଗୋଟିଏ ଟିମ୍ଭାବେ କାମ କରିବା ଆବଶ୍ୟକ । ସେମାନେ କେବଳ ନିଜ ନିଜ ବିଭାଗ ମଧ୍ୟରେ ସୀମିତ ରହିବା ଅନୁଚିତ ।
ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଶାସନିକ ସଂସ୍କାର ପାଇଁ ସଚିବମାନଙ୍କଠାରୁ ମତାମତ ଲୋଡିଥିଲେ । ୨୦୧୪ରୁ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ନବମ ବୈଠକ ।