ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିକ୍ଷୋଭ
ସାଲେପୁର (ଆପ୍ର): ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ପ୍ରଶାସନ ପକ୍ଷରୁ ଏହାର ପୁନଃ ବିଚାର କରାନଯାଏ, ତେବେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ବହୁ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକ ପ୍ରକାଶ କରିଛନ୍ତି । ସାଲେପୁର ବ୍ଲକ୍ ଅନ୍ତର୍ଗତ ଓଡ଼ାସିଂହ ପଞ୍ଚାୟତର ଓଡ଼ାସିଂହଠାରେ ଥିବା ଯତୀନ୍ଦ୍ର ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଦୀର୍ଘ ବର୍ଷ ଧରି ହୋଇଆସୁଥିବାବେଳେ ଏଥର ପ୍ରଧାନଶିକ୍ଷୟିତ୍ରୀଙ୍କ ଅବହେଳା କାରଣରୁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇପାରିଲା ନାହିଁ ବୋଲି ପରିଚାଳନା କମିଟିର ସଭାପତି ଅଭିଯୋଗ କରିବା ସହ ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାକ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦିବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାନଯାଏ, ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରତିମା ରାଉତରାୟ, ଛାତ୍ରୀ ଚିନ୍ମୟ ଦାସଙ୍କ ସମେତ ବହୁ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।