ନାବାଳିକାଙ୍କ ସହ ଦୁଷ୍କର୍ମ, ମହିଳାଙ୍କୁ ଚେଙ୍କ ଦେଇଛନ୍ତି
ସାମ୍ନାକୁ ଆସିଲା ରୁଷ୍ ସୈନ୍ୟଙ୍କ ପାଶବିକ ପ୍ରବୃତ୍ତି
କିବ୍/ ମସ୍କୋ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୪ଠଦିନ ଅତିବାହିତ ହୋଇଛି । ୟୁକ୍ରେନ୍ ସାଂସଦ ଲେସିଆ ଭାସିଲେଙ୍କ ନିଜ ସୋସିଆଲ ମିଡିଆରେ କିବ୍ର କିଛି ଫଟୋ ଅପଲୋଡ୍ କରିଛନ୍ତି ଯେଉଁଥିରେ ମୃତ ମହିଳାଙ୍କ ଦେହରେ ନିଆଁ ଚେଙ୍କ ବା ସିଗାରେଟ୍ ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ କିବ୍ ଉପରେ ଆଧିପତ୍ୟ କାଳରେ ରୁଷ୍ ସେନା ସହରର ନାବାଳିକାଙ୍କୁ ମଧ୍ୟ ସେମାନଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିବା ମଧ୍ୟ ଲେସିଆ ଦାବି କରିଛନ୍ତି । ନାବାଳିକାମାନଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିବା ବେଳେ ମହିଳାମାନଙ୍କ ଶରୀରରେ “କ୍ରସ୍’ ଆକୃତିର ଚେଙ୍କ ଦାଗ ରହିଛି । ଲେସିଅ । ଭାସିଲେଙ୍କ୍ କହିଛନ୍ତି ଯେ, ରୁଷୀୟ ସୈନିକମାନେ ୟୁକ୍ରେନ୍ରେ ଲୁଟ୍ ତରାଜ, ଦୁଷ୍କର୍ମ ଓ ନରହତ୍ୟା ଭଳି ବିଭତ୍ସ ଖେଳ ଖେଳିଛନ୍ତି । ଫଟୋ ପୋଷ୍ଟ କରିବା ସହ ସେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଯୁଦ୍ଧ ଅପରାଧୀ ଭାବେ ଅଭିହିତ କରିଛନ୍ତି ।