କ୍ରିକେଟରୁ ଟେଲର୍ଙ୍କ ସନ୍ୟାସ

ନୁ୍ୟଜିଲାଣ୍ଡ,୪ା୪(ଏଜେନ୍ସି): ନୁ୍ୟଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟର ରସ୍ ଟେଲର ଅନ୍ତର୍ଜାତୀୟ କ୍ରିକେଟ ଦୁନିଆକୁ ଆଲବିଦା କହିଛନ୍ତି । ନେଦରଲାଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ୍ ରହିଥିଲା । ଏହି ମ୍ୟାଚରେ ଷ୍ଟାଡିୟମରେ ଟେଲର ଅନ୍ୟ ସାଥୀ ଖେଳାଳିଙ୍କ ସହିତ ଥିବାବେଳେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଆଉ ସେହି ସମୟରେ ଟେଲରଙ୍କ ଆଖିରୁ ଲୋତକର ଅଶ୍ରୁ ଦେଖିବାକୁ ମିଳିଥିଲା । ଏହା ଦେଖି ସାଥୀ ଖେଳାଳିଙ୍କ ସମେତ ଷ୍ଟାଡିୟମରେ ଥିବା ଦର୍ଶକ ମଧ୍ୟ ବେଶ ଭାବୁକ ହୋଇପଡିଥିଲେ । ତେବେ ଏହି ମ୍ୟାଚ ପୂର୍ବରୁ ରସ୍ ଟେଲର କ୍ରିକେଟ ଜୀବନରୁ ତାଙ୍କର ଅବସର ଘୋଷଣା କରିସାରିଥିଲେ । ନେଦରଲାଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ତାଙ୍କର ଶେଷ ମ୍ୟାଚ ବୋଲି ନୁ୍ୟଜିଲାଣ୍ଡର ନିର୍ଭରଯୋଗ୍ୟ ବ୍ୟାଟର ରସ୍ ଟେଲର ଘୋଷଣା କରିଥିଲେ ।
ତେବେ ଏହି ଅନ୍ତିମ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ନୁ୍ୟଜିଲାଣ୍ଡ ଜୋରଦାର ବିଜୟ ହାସଲ କରି ରସ୍ ଟେଲରଙ୍କୁ ଭେଟି ଦେଇଥିଲେ । ଏହି ମ୍ୟାଚରେ ନୁ୍ୟଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ମାର୍ଟିନ ଗଫ୍ଟିଲ (୧୦୬), ୱିଲ ୟଙ୍ଗ(୧୨୦)ଙ୍କ ଶତକୀୟ ଇନିଂସ ବଳରେ ନେଦରଲାଣ୍ଡକୁ ୩୩୪ ରନ୍ର ଟାର୍ଗେଟ ଦେଇଥିଲା ନୁ୍ୟଜିଲାଣ୍ଡ । ଏହାର ଜବାବରେ ୪୨.୩ ଓଭରରେ ନେଦରଲାଣ୍ଡ ଦଳ ୨୧୮ ରନ୍ରେ ସୀମିତ ରହିଥିଲା । ଫଳରେ ନୁ୍ୟଜିଲାଣ୍ଡ ୧୧୫ ରନ୍ରେ ବିଜୟୀ ହୋଇଥିଲା ବେଳେ ସିରିଜକୁ ୩-୦ରେ ଅକ୍ତିଆର କରିଥିଲା । ନୁ୍ୟଜିଲାଣ୍ଡ ପକ୍ଷରୁ ସର୍ବାଧିକ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ରସ୍ ଟେଲର ପ୍ରଥମ ବ୍ୟାଟର ଭାବେ ରେକର୍ଡ କରିଛନ୍ତି । ସେ ୨୧ଟି ଶତକ ଓ ୫୧ଟି ଅର୍ଦ୍ଧଶତକ ବଳରେ ୭୫୮୪ ରନ୍ କରିବାରେ ସଫଳ ହୋଇଛନ୍ତି । ସେହିପରି ଆଇପିଏଲ୍ରେ ଖେଳିଥିବା ୫୫ଟି ମ୍ୟାଚରେ ୧୨୪ ଷ୍ଟା୍ରଇକ୍ ରେଟ୍ରେ ୧୦୧୭ ରନ୍ କରିଛନ୍ତି । କ୍ରିକେଟର ୩ଟି ଫର୍ମାଟରେ ନୁ୍ୟଜିଲାଣ୍ଡ ପକ୍ଷରୁ ରସ୍ ଟେଲର ୧୫,୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ଗ୍ରହଣ କରିଥିଲେ ବି ରସ୍ ଟେଲର ଘରୋଇ କ୍ରିକେଟ ଖେଳିବେ ବୋଲି ଜଣାପଡିଛି । ଟେଲରଙ୍କ ଏହି ଘୋଷଣା ପରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ, କ୍ୟାପଟେନ ରୋହିତ ଶର୍ମା ଦୁଃଖ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *