କଏଦୀ ମୃତୁ୍ୟ ନେଇ ଥାନା ଆଗରେ ବିକ୍ଷୋଭ
ଫୁଲବାଣୀ (ବୁ୍ୟରୋ): ଜେଲ୍ରେ ଜଣେ ବିଚାରଧୀନ କଏଦୀର ମୃତୁ୍ୟକୁ ନେଇ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମୃତଦେହ ରଖି ଥାନା ଆଗରେ ବିକ୍ଷୋଭ କରିଛନ୍ତି ।
ମୃତକ ହେଲେ ପହିରାଜୁ ଗ୍ରାମର କୁମୁଦ ଓରଫ ମୃତୁ୍ୟଞ୍ଜୟ କହଁର । ଗୋଚ୍ଛାପଡ଼ା ପୁଲିସ ପହିରାଜୁରେ ଚଢାଉ କରି ଗଞେଇ ଜବତ କରିବା ସହ କୁମୁଦକୁ କୋର୍ଟ ଚାଲାଣ କରିଥିଲା । କିନ୍ତୁ ତାଙ୍କ ଘରୁ ଗଞେଇ ଜବତ ହୋଇ ନ ଥିଲା । କୁମୁଦକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଫୁଲବାଣୀ ଜେଲରେ ଗତ ୧୬ ତାରିଖରେ କୁମୁଦଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଫୁଲବାଣୀ ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ତାଙ୍କର ତ୍ମତୁ୍ୟ ହୋଇଥିଲା । ଖବର ପ୍ରଚାରିତ ହେବା ମାତ୍ରେ ଶହଶହ ଲୋକ ଥାନା ଭିରକୁ ଧସେଇ ପସିବାକୁ ଉଦ୍ୟମ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଆୟତ୍ତ କରିବା ପାଇଁ ପୁଲିସ ଲାଠିଚାଳନା କରିବାରୁ ୧୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲା ପରିଷଦ ସଭ୍ୟ ପାହିରାଜୁ, ସମିତି ସଭ୍ୟ ଓ ଗୋଚ୍ଛାପଡ଼ା ସରପଞ୍ଚ ଥାନାରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ସହ ପୁଲିସ ଉପରେ ଗର୍ଜିଥିଲେ । ସଦର ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ୍ରଙ୍କୁ ମଧ୍ୟ ତାଗିଦ୍ କରାଯାଇଥିଲା । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ସମେତ ୧୨ ଦଫା ଦାବି ପୂରଣ ପାଇଁ ଲୋକେ ଅଡ଼ି ବସିଥିଲେ । ରେଡ୍କ୍ରସ୍ ପକ୍ଷରୁ ତାଙ୍କ ପରବିାରକୁ ୧୦ ହଜାର ଓ ହରିଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।