ହୁଏରିକୁ ରାସ୍ତା ନାହିଁ, ସରପଞ୍ଚଙ୍କୁ ଦାବିପତ୍ର
ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ହୁଏରି ଭଳି ଉପାନ୍ତ ଅଞ୍ଚଳବାସୀ ଆଜି ମଧ୍ୟ ମୌଳିକ ଅଧିକାରରୁ ବଞ୍ଚôତ ଥିବା ଅଭିଯୋଗ ହେଉଛି । ଯଦ୍ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ରାସ୍ତା ନ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚôତ ଅଛନ୍ତି । ପଥୁରିଆ ପାହାଡ଼ ଜଙ୍ଗଲ ଭରା ରାସ୍ତାରେ ବିଦ୍ୟାଳୟକୁ ଛାଡ଼ିବାକୁ ନାରାଜ ଅବିଭାବକ । ଅନେକ ପିଲା ପାଠ ଛାଡ଼ିସାରିଲେଣି । ଗର୍ଭବତୀଙ୍କୁ ପ୍ରସବ ପାଇଁ ମେଡିକାଲ ନେବାରେ ଗ୍ରାମବାସୀଙ୍କୁ ନାନାଦି ଅସୁବିଧା ଭୋଗିବାକୁ ପଡ଼ୁଛି । ମେଡିକାଲ ନେବାକୁ ହେଲେ ଖଟିଆ କିମ୍ବା ଚୌକିରେ ବୋହିବାକୁ ପଡ଼ୁଛି ଦୁଇ କିମି । ଅନ୍ୟପଟେ ରାସ୍ତା ନ ଥିବାରୁ ଗାଁରେ କେହି ମଧ୍ୟ ପକ୍କା ଘର ନିର୍ମାଣ କରିପାରୁନାହାନ୍ତି । ଏନେଇ ବହୁବାର ବିଡିଓ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି । ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ ଉପସ୍ଥିତିରେ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ମୋହନା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।