ରାଜଧାନୀରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀ ଭୁବନେଶ୍ୱରର ପଳାଶୁଣି ବସ୍ଷ୍ଟପ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି । ଏଥିରେ ଜଣେ କାର୍ ଚାଳକଙ୍କ ମୃତୁ୍ୟ ଘଟିଥିବା ବେଳେ ଆଉ କେତେକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ରାସ୍ତାଜାମ ହେବାରୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା ।
ସୋମବାର ସକାଳେ ପଳାଶୁଣି ଛକରେ ଜଣେ ବ୍ୟକ୍ତି ରାସ୍ତା ପାର୍ ହେଉଥିଲେ । ଏକ ଡମ୍ପର ତାଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍ ମାରି ରହିଯାଇଥିଲା । ଡମ୍ପର ପଛରେ ଦ୍ରୁତ ଗତିରେ ଯାଉଥିବା ଦୁଇଟି କାର୍ ସଡନ୍ ବ୍ରେକ୍ କସି ଅଟକି ଯାଇଥିଲେ । କିନ୍ତୁ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ଗୋଟିଏ କାର୍କୁ ଧକ୍କା ଦେବାରୁ ଏହା ଡିଭାଇଡର ଡେଇଁ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ପରେ ହାଇୱାଟି ଡମ୍ପର ପଛରେ ଥିବା ଅନ୍ୟ କାର୍ ଉପରେ ମାଡ଼ି ଯିବାରୁ କାର ଓ ଏହାର ଡ୍ରାଇଭର୍ ·ପି ହୋଇଯାଇଥିଲେ । ପୁଲିସ ଓ ଅଗ୍ନିଶମ କର୍ମ·ରୀ କାର୍ ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *