୪୮ ଘଣ୍ଟା ପରେ ବି ଦୁର୍ବୃତ୍ତଙ୍କୁ ଠାବ କରିବାରେ ପ୍ରଶାସନ ଫେଲ୍

ପୁରୀ (ବୁ୍ୟରୋ): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ରୋଷଶାଳାରେ ୪୩ରୁ ଊଦ୍ଧ୍ୱର୍ ଚୁଲିକୁ ଭାଙ୍ଗିଲା କିଏ? ତା’ ଉପରୁ ରହସ୍ୟ ଫିଟି ପାରୁନାହିଁ । ଏପରିକି ଉକ୍ତ ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଦୁର୍ବୃତ୍ତଙ୍କୁ ଠାବ କରିବାରେ ଫେଲ୍ ମାରିଛି ପ୍ରଶାସନ । ଫଳରେ ପ୍ରଶାସନର କାର୍ଯ୍ୟକୁ ନେଇ ଭକ୍ତଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ସେବାୟତ ଓ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପକ୍ଷରେ ଘଟଣାର ୨୪ ଘଣ୍ଟା ପରେ ଶ୍ରୀମନ୍ଦିର ପ୍ରଶାସନ ଥାନାରେ ଏତଲା ଦେବା ଆହୁରି ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ପ୍ରଶାସନ ଲୋକ ଦେଖାଣିଆ ଭାବେ ଘନ ଘନ ବୈଠକ କରାଯାଇ ସିସିଟିଭି ଯାଞ୍ଚ କରାଯାଉଛି ଏବଂ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଠାବ ହେବ ବୋଲି କହୁଛି । ଏଠାରେ ପ୍ରଶ୍ନ ଉଠୁଛି ଖୋଦ୍ ମହାପ୍ରଭୁଙ୍କ କାର୍ଯ୍ୟରେ ମଧ୍ୟ ପ୍ରଶାସନ ଅବହେଳା କରୁଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ବିଶେଷ ଭାବରେ ତି୍ରସ୍ତରୀୟ ସୁରକ୍ଷା ବଳୟକୁ ଭେଦ କରିବା ଏବଂ ଶ୍ରୀମନ୍ଦିର ପରିସରରେ ଜେଟିପିଙ୍କୁ ଚଖ୍ମା ଦେଖାଇ ଚୁଲି ଭଙ୍ଗାଗଲା ତାହା ପୁଣି କେହି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଅନ୍ୟପଟରେ ପ୍ରଶାସନ କେବଳ ଭକ୍ତଙ୍କ ମନରେ ସାନ୍ତ୍ୱନା ଦେବା ଲାଗି ୩ ଜଣ ସମେତ ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ସଫେଇ ଦେଇଛନ୍ତି । କେବେ ପ୍ରଶାସନ ଉକ୍ତ ଘଟଣା ଉପରୁ ପରଦା ହଟାଇବାରେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *