କାଜୁ ପ୍ଲାଣ୍ଟେସନ୍ ନାମରେ ଲକ୍ଷ ଲକ୍ଷ ଚଳୁ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ବେଲଟିକିରି ପଞ୍ଚାୟତ ଦାମୋଦରନାଳୀ ଗ୍ରାମରେ କାଜୁ ପ୍ଳାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି । ଗ୍ରାମର ତପନ କୁମାର ସାହୁ, କାଳନ୍ଦୀ ବେହେରା, ବୁନୁ ନାଏକ, ଦୀପକ ମଲ୍ଲିକଙ୍କ ସହିତ ଶତାଧିକ ଚାଷୀଙ୍କ ଅଭିଯୋଗ ଅନୁସାରେ ଉଦ୍ୟାନ ବିଭାଗ ତରଫରୁ୨୦୨୦-୨୧ ଏବଂ ୨୦୨୨ରେ ଚାଷୀମାନେ କାଜୁ ଗଛ ଲଗାଇଥିଲେ । ଚାଷୀମାନଙ୍କର ଜବ କାର୍ଡ ଥିବାବେଳେ ହିତାଧିକାରୀଙ୍କୁୂ ଉପେକ୍ଷା କରି ରବି ରାଉତଙ୍କ ମାଧ୍ୟମରେ ଭତ୍ତା ପାଉଥିବା ଲୋକଙ୍କ ନାମରେ କାର୍ଯ୍ୟ କରାଇ ଉଦ୍ୟାନ ବିଭାଗର ସୁପରଭାଇଜର ମାନସ ମହାପାତ୍ର ଅର୍ଥହେର ଫେର କରୁଛନ୍ତି । କାଜୁ ପାଇଁ ଚାଷୀମାନଙ୍କୁ ମିଳୁଥିବା ଟଙ୍କା ସେମାନଙ୍କ ଦ୍ୱାରା ଖର୍ଚ୍ଚ କରିବାକୁ ଦାବିହୋଇଛି । ଗତ ୨୦୧୯-୨୦, ୨୦୨୧-୨୨ରେ କୌଣସି ଖର୍ଚ୍ଚ ହୋଇନାହିଁ । ଜମିରେ ସାର, ଔଷଧ, ବାଡ କରାନଯାଇ ସମସ୍ତ ଟଙ୍କାକୁ ହେରଫେର କରାଯାଇଛି । ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି । ଗତ ୨୦୧୯-୨୦ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ମୋଟ ୫୩ ହେକ୍ଟର ଜମିରେ ୯୨ ଲକ୍ଷ ୯୪ ହଜାର ୮ଟଙ୍କା ହେର ଫେର ହୋଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ପାଖ ପଡୋଶୀ ଗ୍ରାମରୁ ଜବ୍ କାର୍ଡ ସଂଗ୍ରହ କରି ସୁପରଭାଇଜର ଏଭଳି କରୁଥିବାର ଜଣାପଡିଛି । ଏହାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିଲି୍ଖିତ ଭାବରେ ଅଭିଯୋଗ କରିଛନ୍ତି ।