ରୋଷଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା
ପୁରୀ, ୩ା୪(ବୁ୍ୟରୋ): ଶ୍ରୀମନ୍ଦିରରେ ଅଘଟଣା । ପ୍ରଥମଥର ଲାଗି ରୋଷଶାଳାରେ ଘଟିଥିବା ଅଭାବନୀୟକ ଘଟଣା ଜଗନ୍ନାଥପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ସେଠାରେ ଥିବା ୪୦ରୁ ଊଦ୍ଧ୍ୱର୍ ଚୁଲାକୁ ଦୁବୁର୍ତ୍ତମାନେ ଭାଙ୍ଗିଦେଇଛନ୍ତି । ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ବୋଲି ଆଲୋଚନା ହେଉଛି । କିଏ ଓ କାହିଁକି ରୋଷଘର ଚୁଲା ଭାଙ୍ଗିଲା ତାହା ଜଣାପଡିନାହିଁ । ମାତ୍ର ଏହାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ରୋଷଶାଳାକୁ ଯାଇ ସରଜମିନ୍ ଅନୁଧ୍ୟାନ କରିଛନ୍ତି । ଘଟଣାର ତଦନ୍ତ କରିବା ଲାଗି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ସୁରକ୍ଷା ପ୍ରଶାସକଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ତଦନ୍ତ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କା ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚୁଲା ଭଙ୍ଗାକୁ ନେଇ ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଗୋଟିଏପଟେ ଉକ୍ତ ଚୁଲିକୁ ପ୍ରଶାସନ ଭାଙ୍ଗିଥିବା ନେଇ କେତେକ ସେବାୟତ ଅଭିଯୋଗ କରିଥିବା ବେଳେ ପ୍ରଶାସନ ପକ୍ଷରୁ ସୁଆର ସେବାୟତମାନେ ଭାଙ୍ଗିଥିବା ସନେ୍ଦହ କରାଯାଉଛି ।
ରବିବାର ଭୋର୍ରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇଥିବା ସମୟରେ ରୋଷଶାଳା ଚୁଲି ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା । ମହାସୁଆର ସେବାୟତମାନେ ରୋଷଶାଳାକୁ ଯାଇ ଚୁଲାଗୁଡ଼ିକ କେହି ଭାଙ୍ଗି ଦେଇଥିବା ଦେଖିବାକୁ ପାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପିଠା ଆଡର ୧୫, ଥାଳି ଆଡର ୧୦ରୁ ୧୨, ସାତପୁରୀର ୧୦ରୁ ୧୨, ଅହିଆ (ଡାଲି,ତରକାରୀ ରନ୍ଧା ପାଇଁ ବଡ ଚୁଲି)୨ଟି, କୋଠ ଭୋଗ ଚୁଲି ୨ଟି, ତୁଣ ସୁଆରଙ୍କ ୨ଟି ଚୁଲି ସମେତ ଅନ୍ୟାନ୍ୟ ଚୁଲି ଭଙ୍ଗା ଯାଇଛି । ଶନିବାର ବଡସିଂହାର ଭୋଗ ଶେଷ ହେବା ପରେ କେହି ଏଭଳି କାଣ୍ଡ ଭିଆଇଥିବା ନେଇ ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଚୁଲିକୁ ନେଇ ସୁଆର ସେବାୟତଙ୍କ ମଧ୍ୟରେ ବିବାଦରୁ ଏଭଳି ଘଟଣା ହୋଇଥାରେ ବୋଲି କେତେକ ସେବାୟତ ମତ ଦେଇଛନ୍ତି । ଏହା ଭଗବତ୍ପ୍ରେମୀଙ୍କ ଭାବାବେଗ ସହିତ ଜଡ଼ିତ ଥିବାରୁ ପ୍ରଶାସନ ତୁରନ୍ତ ଘଟଣାର ପର୍ଦ୍ଦାଫାସ୍ କରିବାକୁ ଦାବି କରାଯାଇଛି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୋଷଶାଳାରେ ୨୪ଠ ଚୁଲି ରହିଛି । କିନ୍ତୁ ସୁଆର ମହାସୁଆର ସେବାୟତଙ୍କ ପକ୍ଷରୁ ୭ଠଠରୁ ଉଦ୍ଧ୍ୱର୍ ଚୁଲି କରାଯାଇଛି । ସେହିପରି ରୋଷଶାଳାକୁ କେବଳ ସୁଆର ସେବାୟତମାନଙ୍କୁ ପ୍ରବେଶ ନିମିତ୍ତ ଅନୁମତି ରହିଛି । ଅନ୍ୟ କେହି ଏହାମଧ୍ୟକୁ ପ୍ରବେଶ କରିପାରୁ ନ ଥିବାରୁ କିଭଳି ଚୁଲି ଭାଙ୍ଗିଲା ତାହାକୁ ନେଇ ଆଲୋଚନା ଜୋର ଧରିଛି । ଏହି ରୋଷଶାଳା ଚୁଲିକୁ ନେଇ ପୂର୍ବରୁ ସେବାୟତମାନଙ୍କ ମଧ୍ୟରେ ବାଦ ବିବାଦ ଦେଖାଦେଇଥିଲା । ତଦନ୍ତ ପରେ କିପରି ଚୁଲି ଭାଙ୍ଗିଲା ଜଣାପଡ଼ିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବାରୁ ପ୍ରଶାସନର ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *