ଟୋକନ ଥାଇ ବି ଚାଷୀ ଧାନ ଦେବାରୁ ବଞ୍ଚିତ
ଧାନ ମଣ୍ଡି ବନ୍ଦ
ନରସିଂହପୁର (ଆପ୍ର): ନରସିଂହପୁର ବ୍ଲକରେ ପ୍ରକୃତ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହେଉଛନ୍ତି । ଏଥିନେଇ ମିଲର ଏବଂ କଳାବେପାରୀଙ୍କ ମଧ୍ୟରେ ଭିତିରିଆ ସଲାସୁତରା ରହିଥିବା ଷ୍ପଷ୍ଟ ବାରି ହୋଇପଡିଛି । ଚଳିତ ବର୍ଷ ମଣ୍ଡିରେ ଅବ୍ୟବସ୍ଥା କାରଣରୁ ବହୁ ସମବାୟ ସମିତିରେ ବ୍ଲକର ପ୍ରାୟ ୧୨ ଶହରୁ ଊଦ୍ଧ୍ୱର୍ ଚାଷୀ ୫୦ ହଜାର କ୍ୱିଣ୍ଟାଲ ଧାନ ଦେବାରୁ ବଞ୍ଚିତ ହୋଇଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଯେଗୁଁ ଚାଷୀଙ୍କର ବହୁ ଧାନ ଜମିରେ ପାଣିରେ ପଶି ନଷ୍ଟ ହୋଇଛି । ଯାହାଫଳରେ ଚାଷୀର ଆର୍ଥôକ ମେରୁଦଣ୍ଡ ଭାଙ୍ଗି ପଡିଛି । ଗତ ତିନି ବର୍ଷରେ ପ୍ରାୟ ୨୫ ଶହ ଚାଷୀ ମଣ୍ଡିରେ ଧାନ ଦେବାରୁ ବଞ୍ଚିତ ହୋଇଥିବା ଚାଷୀ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି । ବର୍ତ୍ତମାନ ଏକାଧିକ ସମବାୟ ସମିତି ପକ୍ଷରୁ ପ୍ରାୟ ୫ ଶହ ଚାଷୀଙ୍କଠାରୁ ଧାନ କିଣା ହୋଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଧାନ ମିଲର ନନେଇ ଥିବାରୁ ବିଭିନ୍ନ ସ୍ଥାନରେ ପଡିରହିଛି ।
ସୂଚନାନୁଯାଇ ଚଳିତ ବର୍ଷ ୧୮ଟି ସମିତି ମାଧ୍ୟମରେ ୫ହଜାର ୪୪୫ଜଣ ଚାଷୀ ଧାନ ଦେବାପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ସେଥିମଧ୍ୟରୁ ମାର୍ଚ୍ଚ ଶେଷ ସୁଦ୍ଧା ୪ ହଜାର ୨୩୫ ଚାଷୀ ୧ଲକ୍ଷ ୩୮ ହଜାର ୧୩୩ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ବର୍ତ୍ତମାନ ଆହୁରି ପ୍ରାୟ ୧୨ଶହରୁ ଊଦ୍ଧ୍ୱର୍ ଚାଷୀଙ୍କର ପ୍ରାୟ ୫୦ ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିଛି । ସେମାନଙ୍କ ମଧ୍ୟରୁ ୫ଶହ ଚାଷୀଙ୍କର ଆଖି ଫଟୋ ଉଠାଯାଇ ଟୋକନ ଦିଆଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ମିଲର ଧାନ ନେଉ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏକାଧିକ ମଣ୍ଡିରେ କ୍ୱିଣ୍ଟାଲ ପିଛା ପ୍ରାୟ ୧୦ କେଜି ଧାନ କଟାଯାଉଥିବା ନେଇ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଗତ ୨୦୨୦ ମସିହାରେ ୩୫୧, ୨୦୨୧ମସିହାରେ ୫୯୭ଜଣ ଚାଷୀ ଧାନ ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ପଦକ୍ଷପ ନିଆ ନଗଲେ ଚାଷୀ ଆନେ୍ଦାଳନ ତେଜି ଉଠିବ ବୋଲି ଚେତାବନୀ ଦେଇଛନ୍ତି ।