ନରସଂହାରର ହୃଦୟଥରା ଦୃଶ୍ୟ

କିବ୍ ଛାଡ଼ିଲା ରୁଷ୍ ସେନା
କିବ୍/ ମସ୍କୋ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧ ୩୯ ଦିନ ଅତିକ୍ରମ କରିଛି । ୩୯ଦିନ ସୁଦ୍ଧା ମିଳିଥିବା ଗ୍ରାଉଣ୍ଡ ରିପୋର୍ଟ ଅନୁଯାୟୀ ରୁଷ୍ ସେନା ଏବେ ରାଜଧାନୀ କିବ୍ ଛାଡି ଅନ୍ୟ ପ୍ରାନ୍ତୀୟ ସହର ଅଭିମୁଖେ ବାହାରିଛନ୍ତି । ସୁଯୋଗ ପାଇ ୟୁକ୍ରେନ୍ ସେନା ପୁଣିଥରେ କିବ୍କୁୂ ନିଜ ଦଖଲକୁ ନେଇଯାଇଛି । ତେବେ ରୁଷ୍ ସେନା ଏଠାରେ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନେ୍ଦହରେ ୟୁକ୍ରେନ୍ ସେନା ଅତ୍ୟନ୍ତ ସାବଧାନତାର ସହ ଆଗକୁ ବଢ଼ୁଛି । ଅନ୍ୟପକ୍ଷେ ରୁଷ୍ ସେନା କିବ୍ ଛାଡିବା ପରେ ଏଠାକାର ପରିସ୍ଥିତିକୁ ଦେଖି ସମଗ୍ର ବିଶ୍ୱ ହତବାକ୍ ହୋଇପଡିଛି । ଏହି ଦୃଶ୍ୟ ଦେଖିବା ପରେ ପୁତିନ୍ଙ୍କୁ ଜଣେ ଜଲ୍ଲାଦ ଭାବେ ବିବେଚନା କରାଯାଉଛି ।
କିବ୍ରେ ଏବେ ଚାରିଆଡେ କେବଳ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତାଘାଟ, ନାଳ ନର୍ଦ୍ଦମା ସବୁଆଡେ କେବଳ ମୃତଦେହ ପଡ଼ି ରହିଛି । ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ କିବ୍ ସହରରେ ମାତ୍ର ଗୋଟିଏ ଗଳିରେ ୨ଠ ଜଣଙ୍କର ମୃତଦେହ ପଡ଼ିରହିଛି । ସେହିପରି ବୁକା ସହର ମେୟର କହିଛନ୍ତି ଯେ, ଏକ ସାମୂହିକ ଶବାଗୃହରେ ପ୍ରାୟ ୨୮ଠ ଲୋକଙ୍କର ମୃତହେଦକୁ ଗଦା କରାଯାଇଥିବା ଦେଖିବାକୁ ମିଳିଛି । କିବ୍ରେ ଥିବା ବଡ଼ ବଡ଼ ବିଲ୍ଡିଂ ମାଟିର ମିଶିଯାଇଛି । ମିସାଇଲ ଆକ୍ରମଣ ଯୋଗୁ ରାସ୍ତାଘାଟ, ଗାଡ଼ିମଟର ସବୁକିଛି ନଷ୍ଟ ହୋଇଯାଇଛି । ପୋଡିଯାଇଥିବା ବା ଅଧାପୋଡା ଅନେକ ମୃତଦେହ ଇତସ୍ତତଃ ଭାବେ ପଡ଼ିରହିଛି । ରୁଷ୍ ସେନା ୟୁକ୍ରେନ୍ର ସବୁଠୁ ସୁନ୍ଦର ସହର କିବ୍କୁ ଏକ ଶ୍ମଶାନ ଘାଟରେ ପରିଣତ କରିଦେଇଥିବା କୁହାଯାଉଛି ।
ସବୁଠୁ ପରିତାପର ବିଷୟ ହେଉଛି, ରୁଷ୍ ସେନା, ଅନେକ ନୀରିହ ସାଧାରଣ ୟୁକ୍ରେନୀ ନାଗରିକଙ୍କ ହାତଗୋଡ଼ ବାନ୍ଧି ସେମାନଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ମୃତଦେହଗୁଡ଼ିକ ଦେଖିବା ପରେ ସ୍ପଷ୍ଟ ହୋଇଛି । ତେବେ ମୃତଦେହଗୁଡିକରେ କାଳେ ରୁଷ ସେନା ବିସ୍ଫୋରକ ସାମଗ୍ରୀ ଖଞ୍ଜି ଥିବ ସେନେଇ ସନେ୍ଦହ କରାଯାଉଛି । ବିନା କାରଣରେ ସାଧାରଣ ନାଗରିକଙ୍କୁ ରୁଷ ସେନା ଏଠି ହତ୍ୟା କରିଥିବା ୟୁକ୍ରେନ୍ ଅଭିଯୋଗ କରିଛି । ୟୁକ୍ରେନ୍ ସୈନିକମାନେ କିଭ୍ ଓ ବୁକା ସହରରେ ସୁରକ୍ଷା ପାଇଁ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *