‘ଆସ ଆମେ ସ୍କୁଲ ଯିବା’
ଶିକ୍ଷା ସଚେତନତା ରଥକୁ ସ୍ୱାଗତ
ବ୍ରହ୍ମପୁର (ବୁ୍ୟରୋ): ଦୁଇ ବର୍ଷ ହେବ କୋଭିଡ୍ ମହାମାରୀ ଯୋଗୁଁ ବିଦ୍ୟାଳୟ ବନ୍ଦ ଥିଲା । ଅନ୍ଲାଇନ ଶିକ୍ଷା, ରେଡିଓ ପାଠାଶାଳା ଓ ୟୁଟୁ୍ୟବ୍ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲେ ମଧ୍ୟ ଶତପ୍ରତିଶତ ଛାତ୍ରଛାତ୍ରୀ ଏହାର ସୁଫଳ ପାଇପାରି ନାହାନ୍ତି । ପୂର୍ବରୁ ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲି ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଗତ ଫେବୃୟାରୀ ୨୮ ତାରିଖରୁ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଲାଣି । ଶତ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯେପରି ଆସିବେ ସେ ନେଇ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସଚେତନତା ରଥ ଗ୍ରାମାଞ୍ଚଳରେ ଘରେ ଘରେ ପହଞ୍ଚାଇବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲା ଶିକ୍ଷା ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଶିକ୍ଷା ବିଭାଗ କ୍ଲଷ୍ଟର ସ୍ତରରେ ସଚେତନତା ରଥ ପରିକ୍ରମା କରାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସ୍କୁଲ ଆସିବା ପାଇଁ ସଚେତନ କରିବା ସହ ଲିଭ୍ପ୍ଳେଟ୍ ବଣ୍ଟନ କରିଛନ୍ତି । ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ସାକରାତ୍ମକ ଭାବନା ଜାଗ୍ରତ କରିବା ସହ ସ୍କୁଲରେ ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱ ଦେଇ ସଚେତନତା କରାଯାଉଛି ।
ଏହି ମର୍ମରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଡ. ପ୍ରଭାତୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ସଚେତନତା ରଥ ସହରର ୪୨ ନମ୍ବର ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ପହଞ୍ଚôବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କର୍ପୋରେଟର ଇ.ବିବେକ ରେଡ଼ୀ, ଇ.ଦିଲେସୁ ରେଡ଼ୀ, ଆନନ୍ଦ ପାତ୍ର, ମଣ୍ଟୁ ରେଡ଼ୀ, ପ୍ରତାପ ସାହୁ, ଜଗନ୍ନାଥ ରେଡ଼ୀ, ବାବୁ ରେଡ଼ୀ, ଗୋପାଳ ରେଡ଼ୀ, ଟୁନା ପାତ୍ର, ଶିଶିର ଶତପଥୀ, ଜିତୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ସଚେତନତା ରଥକୁ ଗ୍ରାମ ପରିକ୍ରମା କରାଯାଇଥିଲା ।