ଶ୍ରୀଲଙ୍କାରେ ଇମର୍ଜେନ୍ସି
କଲମ୍ବୋ, ୨ା୪: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସ୍ତରରେ ପହଞ୍ଚôଥିବା ବେଳେ ବିଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ଓ ପେଟ୍ରୋଲ-ଡିଜେଲ୍ ପାଇଁ ଦଙ୍ଗାଗୋଳ ଘଟିବା ସହ ସରକାରଙ୍କ ସହଯୋଗୀ ଦଳମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରିବା ପରେ ସମଗ୍ର ଦେଶରେ ଜରୁରୀ ପରିସ୍ଥିତି (ପବ୍ଲିକ୍ ଇମର୍ଜେନ୍ସି) ଜାରି କରାଯାଇଛି । ଶୁକ୍ରବାର ରାଷ୍ଟ୍ରପତି ଏ ସମ୍ବନ୍ଧୀୟ ଗେଜେଟ୍ ବିଜ୍ଞପ୍ତି ଜାରି କରି ଶନିବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ୩୬ ଘଣ୍ଟିଆ କର୍ଫୁ୍ୟ କଟକଣା ଲାଗୁ କରିଛନ୍ତି ।
ଜରୁରୀ ପରିସ୍ଥିତି ଘୋଷଣା ହୋଇଥିବାରୁ ସେନା ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବିନା ଏତଲାରେ ଗିରଫ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅଟକ ରଖିପାରିବ । ଗୁରୁବାର ବିଳମ୍ବିତ ରାତିରେ ହଜାର ହଜାର ଲୋକ ରାଷ୍ଟ୍ରପତିଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ସହ ଟେକାପଥର ମାଡ଼ କରିଥିଲେ । ହିଂସାକାଣ୍ଡରେ ଅନେକ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ଏ ସମ୍ବନ୍ଧରେ ୪୫ଜଣ ଲୋକଙ୍କୁ ଗିରଫ କରାଯାଇଛି ।
ଘୋର୍ ଆର୍ଥିକ ସଙ୍କଟ କାଳରେ ଇମର୍ଜେନ୍ସି ଜାରି କରି ଦେଶବାସୀଙ୍କୁ ଅଧିକ ପୀଡ଼ା ଦେବା ପରିବର୍ତ୍ତେ କ୍ୟାବିନେଟ୍ ଭଙ୍ଗକରି ଅନ୍ତରୀଣ ସରକାର ଗଢ଼ାଯାଉ ବୋଲି ରାଜପକ୍ଷେ ସରକାରଙ୍କୁ ସମର୍ଥନ ଦେଉଥିବା ୧୧ଟି ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଛି ।
ଶ୍ରୀଲଙ୍କାକୁ ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଛି । ଏହି କ୍ରମରେ ଭାରତ ସରକାର ପଠାଇଥିବା ୪୦ ହଜାର ଟନ୍ ଠିଜେଲ୍ ଶନିବାର ଶ୍ରୀଙ୍କାରେ ପହଞ୍ଚôଛି । ଭାରତୀୟ ବ୍ୟବସାୟୀମାନେ ମଧ୍ୟ ୪୦ ହଜାର ଟନ୍ ଚାଉଳ ପଠାଉଛନ୍ତି ।
୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପଦେଶ ୩.୪୨ ଲକ୍ଷ କୋଟି ଟଙ୍କାର ଋଣବୋଝରେ ଭାରାକ୍ରାନ୍ତ ହେବା ଯୋଗୁ ଦେଶର ରିଜର୍ଭରେ ଏବେ ଅଛି ମାତ୍ର ୬ ହଜାର ଟଙ୍କା । ଫଳତଃ ମୁଦ୍ରାସ୍ଫୀତି ୧୮.୮ ପ୍ରତିଶତକୁ ବୃଦ୍ଧି ପାଇ ଏସିଆରେ ସର୍ବାଧିକ ହୋଇଛି । ଶ୍ରୀଲଙ୍କାରେ ୧ କେଜି ଚିନିର ମୂଲ୍ୟ ଏବେ ୨୯୦ ଟଙ୍କା । ସେହିପରି ଚାଉଳ କେଜି ଦର ୫୦୦ ଟଙ୍କା ।
ଦେଶର ସବୁ ବିଦୁ୍ୟତ୍ ପ୍ଲାଣ୍ଟ୍ ବନ୍ଦ ହୋଇଯିବାରୁ ୨ କୋଟି ୨୦ଲକ୍ଷ ଲୋକଙ୍କ ଘରକୁ ବିଦୁ୍ୟତ୍ ଯୋଗାଣ ବନ୍ଦ କରିଦିଆଯାଇଛି । ଏପରିକି ରାଜଧାନୀ ନଗରୀରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନି ।