ଡରାଇଲା ଏକ୍ସଇ
ଜିନିଭା/ନୂଆଦିଲ୍ଲୀ, ୨ା୪: ଭାରତରେ ଏପି୍ରଲ୍ ୧ରୁ ମହାମାରୀ ଅଧିନିୟମକୁ ହଟାଇ ଦିଆଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ’) ପକ୍ଷରୁ ପୁଣି ଏକ ଭୀତିପ୍ରଦ ଚେତାବନୀ ଦିଆଯାଇଛି । ହୁ’ କହିଛି ଓମିକ୍ରନ୍ର ଏକ ନୂଆ ଭାରିଏଣ୍ଟ୍ ‘ଏକ୍ସଇ’ ଦେଖାଦେଇଛି ଯାହା ବିଏ.୨ ତୁଳନାରେ ୧୦ଗୁଣ ଅଧିକ ବିପଜ୍ଜନକ । ସେହିପରି ଡେଲ୍ଟା ଓ ଓମିକ୍ରନ୍ର ହାଇବ୍ରିଡ୍ ‘ଏକ୍ସଡି’ ଭାରିଏଣ୍ଟ୍ ମଧ୍ୟ ସାମ୍ନାକୁ ଆସିଛି ।
ଓମିକ୍ରନ୍ର ମୂଳ ଭାରିଏଣ୍ଟ୍ ଠାରୁ ଏକ୍ସି ଭାରିଏଣ୍ଟ୍ ୨୩ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମଣକ୍ଷମ । ଏହି ନୂଆ ଭାରିଏଣ୍ଟ୍ ଓମିକ୍ରନ୍ର ୨ଟି ସବ୍ ଲିନେଜ୍ ବିଏ.୧ ଓ ବିଏ.୨ର ସମ୍ମିଶ୍ରଣରୁ ଉତ୍ପନ୍ନ ହୋଇଛି । ଯେ ପର୍ଯ୍ୟନ୍ତ ଏହି ଭାରିଏଣ୍ଟ୍ର ଟ୍ରାନ୍ସମିଶନରେ କୌଣସି ଖାସ୍ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ, ସେ ପର୍ଯ୍ୟନ୍ତ ଏକ୍ସଇକୁ ଓମିକ୍ରନ୍ର ଭାରିଏଣ୍ଟ୍ ରୂପେ ବିବେଚନା କରାଯିବ ।
ଏକ୍ସଇ ଭାରିଏଣ୍ଟ୍ର ପ୍ରଥମ ମାମଲା ଜାନୁଆରୀ ୧୯ ତାରିଖ ଦିନ ବି୍ରଟେନ୍ରେ ମିଳିଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ଏକ୍ସଇର ୬୦୦ରୁ ଅଧିକ ମାମଲା ରେକର୍ଡ କରାଯାଇଛି । ବି୍ରଟେନ୍ ଛଡ଼ା ଫ୍ରାନ୍ସ, ଡେନ୍ମାର୍କ ଓ ବେଲଜିୟମ୍ରେ ମଧ୍ୟ ଏକ୍ସଇ ମିଳିଛି । ବି୍ରଟେନ୍ର ସ୍ୱାସ୍ତ୍ୟ ସୁରକ୍ଷା ଏଜେନ୍ସି ରିପୋର୍ଟ ଅନୁଯାୟୀ, ଏକ୍ସଇ ଭାରିଏଣ୍ଟ୍ କେତେ ମାରାତ୍ମକ ଏବଂ ଏହା ଉପରେ ଟିକା କାଟୁ କରିବ କି ନାହିଁ ଜାଣିବା ଲାଗି ତଥ୍ୟ ସଂଗ୍ରହ କରାଯାଉଛି ।
ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାର ୧୩୩୫ ନୂଆ ମାମଲା ସାମ୍ନାକୁ ଆସିଥିଲେହେଁ ଏକ୍ସଇ ସଂକ୍ରମଣ ସମ୍ପର୍କରେ କୌଣସି ପ୍ରଦେଶରୁ ଏଯାଏଁ ରିପୋର୍ଟ ମିଳି ନାହିଁ । ଏ ଶନିବାର ସୁଦ୍ଧା ଦେଶରେ ମୋଟ୍ ୧୮୪ କୋଟି ୩୧ ଲକ୍ଷ ୮୯ ହଜାର ୩୭୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି ।
ବ୍ୟାପକ ଟିକାକରଣ ଯୋଗୁୁ ଭାରତରେ କରୋନାକୁ କାବୁ କରାଯାଇଥିବା ସ୍ଥଳେ ଚୀନ୍ରେ ଓମିକ୍ରନ୍ ଯୋଗୁଁ ମହାମାରୀ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ସଂକ୍ରମିତ ଲୋକଙ୍କ ସମସ୍ତ ଗୃହପାଳିତ ପଶୁପକ୍ଷୀଙ୍କୁ ମାରିଦେବା ପାଇଁ ଚୀନ ସରକାରଙ୍କ କଠୋର ନିଦେ୍ର୍ଦଶ ଦେଇଛନ୍ତି ।