ରାଜ୍ୟର ପ୍ରଥମ ଡିଜିଟାଲ କୋର୍ଟ ଉଦ୍ଘାଟିତ

କଟକ, ୨ା୪ (ବୁ୍ୟରୋ): ନ୍ୟାୟିକ ବ୍ୟବସ୍ଥାରେ କାଗଜ ଶୂନ୍ୟ ବି·ର ପ୍ରକ୍ରିୟା ଉଦ୍ଘାଟିତ ହୋଇଛି । ସୁପ୍ରିମକୋର୍ଟ ବି·ରପତି ତଥା ଇ-କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୁଡ଼ ଓଡ଼ିଶା ଜୁଡିସିଆଲ ଏକାଡେମୀ ଅଡ଼ିଟୋରିୟମ ହଲରେ ଉଦ୍ଘାଟନ ଏହି କୋର୍ଟକୁ ଉଦ୍ଘାଟିତ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବି·ରପତି ଜଷ୍ଟିସ ଏସ. ମୁରଲୀଧର ଉପସ୍ଥିତଥିଲେ । ହାଇକୋର୍ଟ ବି·ରପତିଙ୍କ ସମେତ ବାର ଆସୋସିଏସନ୍ର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ନିମ୍ନ ଅଦାଲତର ବି·ରପତି ଓ ବି·ର ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ହାଇକୋର୍ଟ ତଥା ନିମ୍ନ ଅଦାଲତ ଗୁଡ଼ିକର ବି·ର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ସୁଧାର ଆସିବ । ଶକ୍ତି, ଅର୍ଥ ଓ ସମୟ ବଞ୍ଚାଇବାରେ ଏହା ସହାୟକ ହେବା ସହ ଏହି ବ୍ୟବସ୍ଥାରେ ଦୂରତା ଏକ ବାଧକ ହୋଇ ରହିବ ନାହିଁ । ଏହି କାର୍ଯ୍ୟକ୍ରମରେ ଦେଶର ଅନ୍ୟାନ୍ୟ ରାଜ୍ୟର ବି·ରପତିମାନେ ମଧ୍ୟ ଭର୍ଟୁଆଲ ମୋଡ଼ରେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *