ଆସିଲା ଜିପି ବୋମା
ହଜିବ ଚୀନ୍ ଓ ପାକ୍ର ନିଦ
ଜବଲପୁର (ଏଜେନ୍ସି): ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଖମାରିଆ ଅର୍ଡିନାନ୍ସ ଫ୍ୟାକ୍ଟି୍ର (ଓଏଫ୍କେ) ପକ୍ଷରୁ ପ୍ରସ୍ତୁତ ମହାବିଧ୍ୱଂସୀ ତଥା ବିଶାଳକାୟ (୫ଠଠ କିଲୋ ଓଜନ) ଜିପି ବୋମା (ସାଧାରଣ ଉଦେ୍ଦଶ୍ୟ ପାଇଁ ବ୍ୟବହାରଯୋଗ୍ୟ)କୁ ଶୁକ୍ରବାର ଦିନ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଦିଆଯାଇଛି । ପ୍ରାପ୍ତ ସୂଚନାନୁସାରେ ଏୟାରଫୋର୍ସର ଏକ ପ୍ରତିନିଧି ଦଳ ଏଠାରେ ପହଞ୍ଚôବା ସହ ଓଏଫ୍କେ ଠାରୁ ୪୮ଟି ଜିପି ବୋମାର ଏକ ସିପ୍ମେଣ୍ଟ ଗ୍ରହଣ କରିଛି ।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବୋମାକୁ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ବୋମା ଭାବେ ଅଭିହିତ କରାଯାଉଛି । ଏହାର ପ୍ରୟୋଗ ଦ୍ୱାରା ଯେକୌଣସି ଅଞ୍ଚଳକୁ ଧୂଳିସାତ୍ କରିବା ସମ୍ଭବ ବୋଲି ଓଏଫ୍କେର ଜେନେରାଲ ମ୍ୟାନେଜର ଏସ୍କେ ସିହ୍ନା କହିଛନ୍ତି । ସିହ୍ନାଙ୍କ କହିବାନୁସାରେ ଏହି ବୋମା ଦ୍ୱାରା ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ୪୮ଟି ବୋମା ପ୍ରସ୍ତୁତ କରାଯାଇ ବାୟୁସେନାକୁ ହସ୍ତାନ୍ତର କରାଯାଇଛି, ଆଗାମୀ ଦିନରେ ଏପ୍ରକାର ଆହୁରି ବୋମା ପ୍ରସ୍ତୁତ କରାଯାଇ ହସ୍ତାନ୍ତର କରାଯିବ । ସେହିପରି ଜିପି ବୋମାର ଲମ୍ବ ୧.୯ ମିଟର ରହିଛି ଏହି ବୋମାକୁ ସୁଖୋଇ ଏବଂ ଜାଗୁଆର ଭଳି ଲଢ଼ୁଆ ବିମାନରେ ବ୍ୟବହାର କରାଯାଇପାରିବ । ଓଏଫ୍କେ ବିଶେଷଜ୍ଞଙ୍କ କହିବାନୁସାରେ ଏହି ବୋମା ଏତେ ମାତ୍ରାରେ ବିଧ୍ୱଂସକ ଯେ, ଏହା ଯେକୌଣସି ବଙ୍କର, କିମ୍ବା ପୁରା ଏୟାରପୋର୍ଟ କିମ୍ବା ଏକ ବଡ ଭୂଭାଗକୁ ମଧ୍ୟ ନିମିଷକେ ଧ୍ୱସ୍ତବିଧ୍ୱସ୍ତ କରିଦେବାର ସାମର୍ଥ୍ୟ ରଖୁଛି । ଭାରତକୁ ଏପ୍ରକାର ବୋମା ମିଳିବା ପରେ ଶତ୍ରୁ ରାଷ୍ଟ୍ର ଚୀନ୍ ଏବଂ ପାକିସ୍ତାନ ସେନା ପାଇଁ ଏହା ନିଶ୍ଚିତ ଭାବେ ଚିନ୍ତାର କାରଣ ସାଜିବ ବୋଲି ଅନୁମାନ କରାଯାଉଛି ।