ଅଚଳ ସୋଲାର ପ୍ରକଳ୍ପ ସଚଳ କରିବାକୁ ନିଦେ୍ର୍ଦଶ

ଜିଲ୍ଲାସ୍ତରୀୟ ଜଳ ପରିମଳ କମିଟି ବୈଠକ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଜଳ ଓ ପରିମଳ କମିଟି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପାନୀୟଜଳ ଅଭାବ ଯୋଗୁ ଯେପରି କୋ÷ଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ନିଦେ୍ର୍ଦଶ ଦେଇଥିଲେ । ଜୁନ ମାସ ସୁଦ୍ଧା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଜଳଯୋଗାଣ ସହିତ ଶୋ÷ଚାଳୟ ବ୍ୟବସ୍ଥା କରାଯିବ । ଅଚଳ ଥିବା ସୋଲାର ପାଣିପମ୍ପ ଗୁଡିକ ସଚଳ କରିବାକୁ ପରାମର୍ଶ ଦେଇଛନ୍ତି । ମେଗା ପାନୀୟଜଳ ପ୍ରକଳ୍ପରେ ଜମିପାଇଁ ଯେପରି କୋ÷ଣସି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ତହସିଲଦାରମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲାରେ ପାଇପ ଯୋଗେ ଜଳଯୋଗାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଥିବାବେଳେ ଯଥେଷ୍ଟ ପୂର୍ବରୁ ଏହାକୁ ଶେଷ କରି ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଛକ, ହାଟ ଓ ଜନଗହଳି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାରେ ପାଇପ ଯୋଗେ ପାନୀୟ ଜଳଯୋଗାଣ କାର୍ଯ୍ୟ ୬୨ଭାଗ ଶେଷ ହୋଇଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ସମିକ୍ଷା ବୈଠକରେ ମେଗା ପାନୀୟ ଜଳ ପ୍ରକଳ୍ପର ପ୍ରୋଜେକ୍ଟ ହେଡ୍, ତହସିଲଦାର ବିଭିନ୍ନ ବ୍ଲକ ଓ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀମାନେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *