ବସ୍ ଭଡ଼ା ବୃଦ୍ଧି ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ (ବୁ୍ୟରୋ): ତୈଳ ଦର ବୃଦ୍ଧି ଯୋଗୁ ବସ୍ ଭଡ଼ା ବଢ଼ିବା ସହ ସାଧାରଣ ଯାତ୍ରୀଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ୍ ଭଡ଼ା ବଢ଼ିବା ସହିତ ଯାତ୍ରୀଙ୍କୁ ଟିକେଟ୍ ନ ଦେବା ଆଉ ସରକାରୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଖୁବ୍ ଅଧିକ ଦର ନେବା ଯୋଗୁ ଯାତ୍ରୀ ଏକ ପ୍ରକାର ଠକାମୀର ଶିକାର ହେଉଛନ୍ତି ।
ଏସଂକ୍ରାନ୍ତରେ ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟସ୍-ଆଟା ପକ୍ଷରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏହିଭଳି ଧାର୍ଯ୍ୟ ବସ୍ ଭଡ଼ା ଠାରୁ ଅତ୍ୟଧିକ ଘରୋଇ ବସ୍ ମାଲିକମାନେ ଆଦାୟ କରୁଥିବା ନଜରକୁ ଆସିଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଷ୍ଣୁପଦ ସେଠୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଏହି ସବୁ ବିଷୟ ସହିତ ଅନେକ କିଛି ପ୍ରସ୍ତାବ ମଧ୍ୟ ସଂଘ ତରଫରୁ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି । ଯାହାକୁ ଲାଗୁ କରାଗଲେ ଠକାମୀର ମାତ୍ରା କମିଯିବ ବୋଲି ସଂଘ କହିିଛି ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିସ୍ମୟ ମିଶ୍ର, ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶଙ୍କ ସମେତ ସତ୍ୟନାରାୟଣ ସାହୁ, ଶୁଭଶ୍ରୀ ବେହେରା, ମାନସ ରଥ, ସୁଧାଂଶୁ ଜେନା, ନିରାକାର ମହାରଣା, କାହୁଁ ଚରଣ ବଡ଼ପଣ୍ଡା, ଗଙ୍ଗାଧର ଶାସମଲ ପ୍ରମୁଖ ଉପସ୍ଥିତ ଦାବିପତ୍ର ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *