ସତ ଓଗାଳିଲା ଶର୍ମିଷ୍ଠା
କଟକ, ୧ ।୪ (ବୁ୍ୟରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କ୍ରାଇମ ସ୍ପଟକୁ ଯାଇ ସିନ୍ ରିକ୍ରିଏସନ ବା ଡେମୋ ଦେଖାଇଛି । ଅପହରଣ ଠାରୁ ଆରମ୍ଭ କରି ମୃତଦେହ ପୋତିବା ପର୍ଯ୍ୟନ୍ତ ସବୁ କାହାଣୀ କ୍ରାଇମବ୍ରାଞ୍ଚ ସମ୍ମୁଖରେ ବର୍ଣ୍ଣନା କରିଛି ଶର୍ମିଷ୍ଠା । ଏନେଇ କ୍ରାଇମବ୍ରାଞ୍ଚ ଜାରି କରାଯାଇଥିବା ପ୍ରେସ ବିବୃତିରେ ସୂଚନା ଦିଆଯାଇ କୁହାଯାଇଛି ଯେ, ଶର୍ମିଷ୍ଠା ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ । ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅର୍ନ୍ତଗତ ଦୟାଲ ଆଶ୍ରମକୁ ଆଣିଥିଲେ । ମଧ୍ୟାହ୍ନ ସୁଦ୍ଧା ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାନସର ମୃତୁ୍ୟ ହୋଇଯିବା ପରେ ୮ ତାରିଖ ଅପରାହ୍ନରେ ଶର୍ମିଷ୍ଠା କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ । ସେଠାରେ ସେଦିନ ସନ୍ଧ୍ୟାରେ ମାନସଙ୍କ ମୃତଦେହକୁ ପୋତି ଦେଇଥିଲେ । ମୃତଦେହକୁ ପୋତି ଦେବାପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦୈତାରୀ- ପାରଦୀପ ଏକ୍ସପ୍ରେସ ହାଇୱେ ପାଖରେ ମୃତଦେହକୁ ପୋତିବାରେ ବ୍ୟବହୃତ ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ । ହତ୍ୟା ପରେ ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ, ସୁତୁଲି କିଣିଥିଲେ । ଏହାପରେ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ସେହିଦିନ ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତା କିଣିଥିଲେ । ଏହାପରେ ମୃତଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲୋ ।
ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ । ଆଜି କ୍ରାଇମବ୍ରାଞ୍ଚକୁ ସିନ୍ ରିକ୍ରିଏସନ ବା ଡେମୋ
ଦେଖାଇଥିଲା ଶର୍ମିଷ୍ଠା । ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା । ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯଚୁକ୍ତମାନଙ୍କ ସହିତ କେଉଁ ରାସ୍ତାଦେଇ ପଳାସପୁର ଗାଁରେ ରାତିରେ ପହଞ୍ଚିଥିଲେ ଓ ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଅପହରଣ କରିଥିଲେ ତାହା ବର୍ଣ୍ଣନା କରିଥିଲେ । ସେହିପରି ଶର୍ମିଷ୍ଠା ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମର ଯେଉଁଘରେ ମାନସଙ୍କୁ ହତ୍ୟା କରାଯାଇଥିଲା, ସେଠାରେ ପହଞ୍ଚô ସମସ୍ତ ଘଟଣା କହିବା ସହ ଭୋ ଭୋ କାନ୍ଦିଥିବା ଦେଖିବାକୁ ମିଳିଥିଲା । ତା ପରେ ତାଙ୍କୁ ନୟାଗଡ଼ ସେହି ସ୍ଥାନକୁ ନିଆଯାଇଥିଲା ଯେଉଁଠି ମାନସଙ୍କ ମୃତଦେହକୁ ପୋତା ଯାଇଥିଲା ।
ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଆଜି କଟକ ସମେତ ଭୁବନେଶ୍ୱରର ଦୟାଲ ଆଶ୍ରମ ଓ ଭଦ୍ରକ ଜିଳ୍ଲାର ପଳାଶପୁର ଓ ନୟାଗଡ଼ ଠାରେ କ୍ରାଇମସିନ ରିକ୍ରିଏସନ କରିଥିଲା । ରାଜଧାନୀ ଦୟାଲ ଆଶ୍ରମରେ କିଭଳି ହତ୍ୟା କରାଯାଇଥିଲା । ଅପହରଣ ଠାରୁ ମୃତଦେହ ପୋତିବା ପର୍ଯ୍ୟନ୍ତ ସମସ୍ତ ଡେମୋ ଦେଖାଇଥିଲା ଶର୍ମିଷ୍ଠା । ଏହି ସମୟରେ କ୍ରାଇମବ୍ରାଞ୍ଚର ତିନୋଟି ଟିମ ଘଟଣାସ୍ଥଳରେ ପୂରା ସିନର ଭିଡିଓ ରେକର୍ଡ଼ କରିଛନ୍ତି । ତେବେ ଆଶ୍ରମ ବାହାରେ କିଛି ପ୍ରମାଣ ଫୋପାଡ଼ି ଥିବା ମଧ୍ୟ ଦେଖାଇଛନ୍ତି ଶର୍ମିଷ୍ଠା । ସେହିପରି ଭଦ୍ରକର ପଳାଶପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିବା ସମୟରେ ଅଭିଯୁକ୍ତ ଶର୍ମିଷ୍ଠାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ଜମିଥିଲା । ଗହଳି ମଧ୍ୟରେ କ୍ରାଇମସିନର ରିକ୍ରିଏସନ କରିବାରେ ନାକେଦମ ହୋଇପଡ଼ିଥିଲା ଟିମ । ତଥାପି ଖୁବ୍କମ ସମୟ ମଧ୍ୟରେ କ୍ରାଇମ ସିନର ରିକ୍ରିଏସନ କରାଯାଇଥିଲା । ସୂଚନାନୁସାରେ, ଭଦ୍ରକର ଜିଲ୍ଲା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ମାନସଙ୍କୁ ଅପହରଣ କରି ଭୁବନେଶ୍ୱରରେ ହତ୍ୟା ପରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର କରାଯାଇଥିଲା ।