ରେଳ ଇ-ଟିକେଟ୍ ଜାଲ୍, ୨ ଗିରଫ

ପୁରୀ (ବୁ୍ୟରୋ): ରେଲ୍ୱେ ଇ-ଟିକେଟ୍କୁ ଅନ୍ଲାଇନ୍ରେ ଜାଲିଆତି କରିବା ଅଭିଯୋଗରେ ଆର୍ପିଏଫ୍ ଚକ୍ରବର୍ତ୍ତୀ ଟୁର୍ ଆଣ୍ଡ ଟ୍ରାଭେଲ୍ସକୁ ସିଲ୍ କରିବା ସହ ୨ ଯୁବକଙ୍କୁ ଗିରଫ କରିଛି । ସେମାନେ ହେଲେ ଟୁର୍ ଆଣ୍ଡ ଟ୍ରାଭେଲ୍ସର ମାଲିକ ଆର୍ ରାମଚନ୍ଦ୍ର ଓ ବାଲିସାହିର ସୂର୍ଯ୍ୟନାରାୟଣ ପଣ୍ଡା (ଏଜେଣ୍ଟ) । ଆର୍ପିଏଫ୍ ଥାନାଧିକାରୀ ଅନିଲ୍ କୁମାର ସିଂହଙ୍କ ସୂଚନାନୁଯାୟୀ ପୁରୀର ଚକ୍ରବର୍ତ୍ତୀ ଟୁର୍ ଆଣ୍ଡ ଟ୍ରାଭେଲ୍ସ ନାମକ ଏକ ସଂସ୍ଥା ଭିକ୍ଟୋରିଆ ହୋଟେଲ୍ ପାଖରେ ରହିଛି । ଉକ୍ତ ସଂସ୍ଥା ରେଲ୍ୱେ ଇ-ଟିକେଟ୍କୁ ଅନ୍ଲାଇନ୍ରେ ଜାଲ୍ କରି ପର୍ଯ୍ୟଟକଙ୍କୁ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ ଶୁକ୍ରବାର ଆର୍ପିଏଫ୍ର ଏକ ଟିମ୍ ଟୁର୍ ଆଣ୍ଡ ଟ୍ରାଭେଲ୍ସରେ ଚଢ଼ଉ କରି ଅନ୍ଲାଇନ୍କୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ପୁଲିସ୍ ୯୦ଟି ରେଲ୍ୱେ ରିଜର୍ଭେସନ ଇ-ଟିକେଟ୍କୁ ଜବତ କରିଥିଲା । ଯାହାର ମୂଲ୍ୟ ୧୧ ଲକ୍ଷ ୨୪ ଜହାର ୪୫୫ ଟଙ୍କା ହେବ ବୋଲି ପୁଲିସ୍ ସୂଚନା ଦେଇଛି । ତତ୍ସହିତ କମ୍ପୁ୍ୟଟର ସମେତ ଅନ୍ଲାଇନ୍ର ସମସ୍ତ ସାମଗ୍ରୀ ଜବତ କରିଛି । ଉକ୍ତ ଘଟଣାରେ ପୁଲିସ୍ ଟୁର୍ ଆଣ୍ଡ ଟ୍ରାଭେଲ୍ସର ମାଲିକ ଆର୍ ରାମଚନ୍ଦ୍ର ଓ ଏଜେଣ୍ଟ ସୂର୍ଯ୍ୟନାରାୟଣ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ୨୧୩/୨୨ରେ ମାମଲା ରୁଜୁ କରିଥିବା ଆର୍ପିଏଫ୍ ସୂଚନା ଦେଇଛି । ସେମାନେ ବ୍ଲାକ୍ ଟାଇଗର୍ ନାମକ ଏକ ସଫ୍ଟୱେୟାରକୁ ବ୍ୟବହାର କରି ଇ-ଟିକେଟ୍କୁ ଜାଲିଆତି କରୁଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *