କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ସ୍ମାରକପତ୍ର

ବେଆଇନ ଇଟା ଭାଟି
ସାନଖେମୁଣ୍ଡି (ଆପ୍ର): ସାନଖେମୁଣ୍ଡି ତହସିଲ ଅଧୀନରେ ଗଢିଉଠିଛି ଶହ ଶହ ବେଆଇନ ଇଟା ଭାଟି । ଗ୍ରୀନ ଟ୍ରିବୁନାଲ ଆଇନକୁ ଅମାନ୍ୟ କରି ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଗମ୍ଭାରିଗୁଡ଼ା ମୌଜାର କରାଖଣ୍ଡି ଗ୍ରାମକୁ ଲାଗି ଗଢ଼ି ଉଠିଥିବା ଏକ ବେଆଇନ ଇଟାଭାଟି ବନ୍ଦ କରିବା ଦାବିରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସାନଖେମୁଣ୍ଡି ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କରାଖଣ୍ଡି ଗ୍ରାମର ଜନବସତିର ମାତ୍ର ୧୦୦ ମିଟର ଦୂର ପୂର୍ତ୍ତ ବିଭାଗ ରାସ୍ତା କଡ଼େ ଇଟାଭାଟି ଥିବାରୁ ଜନଜୀବନ ଅତିଷ୍ଠ ହେଉଥିବା ଦର୍ଶାଯାଇଛି । ରାଜସ୍ୱ ଅଧିନିୟମ ପରିବେଶ ଆଇନ ଉଲ୍ଲଙ୍ଘନ କରି ଇଟାଭାଟି ଚାଲିଥିବା ଅଭିଯୋଗ କରାଯାଇଛି ।
କରାଖଣ୍ଡି ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ମାନବାଧିକାର ପରିଷଦ ପକ୍ଷରୁ ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କ ସହ କର୍ମକର୍ତ୍ତା ମାନେ ଆଲୋଚନା କରିଛନ୍ତି । ସମସ୍ତ ଗାଇଡଲାଇନ୍ ପାଳନ ସହ ନିୟମ ମୁତାବକ ଇଟାଭାଟି ଚାଲିଥିବା ତହସିଲଦାର ପ୍ରକାଶ କରିବା ସହ ୧୫ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ସଭାପତି ସାଇ ପ୍ରସାଦ ପରିଡ଼ା, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ଜି ପ୍ରକାଶ ପାତ୍ର, ଦକ୍ଷିଣ ଓଡିଶା ଯୁବ ଉପସଭାପତି ମିହିର କୁମାର ବେହେରା, ଜିଲ୍ଲା ଯୁବ ଉପସଭାପତି ନିଳାଞ୍ଚଳ ସେଠୀ, ଉପସମ୍ପାଦକ କିରଣ କୁମାର ସାହୁ, ବୁଗୁଡ଼ା ବ୍ଲକ୍ ସଭାପତି ଗୀତାଞ୍ଜଳି ପ୍ରଧାନ, ଖଲିକୋଟ ସଭାପତି ସୁମିତ୍ରା ତରେଇ, କବିସୂର୍ଯ୍ୟନଗର ସଭାପତି ମଞ୍ଜୁଲତା ସ୍ୱାଇଁ, ସାମାଜିକ କର୍ମୀ ଏନ୍ ଉଷା ପ୍ରମୁଖ ଇଟାଭାଟି ଜନିତ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *