୮୧ ମହିଳାଙ୍କ ଠାରୁ ୬ ଲକ୍ଷ ଠକେଇ

ୟେସ୍ ବ୍ୟାଙ୍କ ପ୍ରତିନିଧି ପରିଚୟ ଦେଇ
ଖଲ୍ଲିକୋଟ (ଆପ୍ର): ନିଜକୁ ୟେସ୍ ବ୍ୟାଙ୍କର ପ୍ରତିନିଧି ପରିଚୟ ଦେଇ ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗ୍ରାମରେ ମହିଳାମାନଙ୍କୁ ଋଣ ଦେବାର ପ୍ରତିଶ୍ରୁତି ଦେଇ ଦୁଇ ଜଣ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮୧ ମହିଳାଙ୍କଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରି ଗ୍ରୁପ ଗଠନ କରି ୬ଲକ୍ଷ ଟଙ୍କା ଠକି ଫେରାର ହୋଇଥିବା ଜଣାପଡ଼ିଛି । ଗୁରୁବାର ଖଲ୍ଲିକୋଟ ବ୍ଲକ୍ର ତେନ୍ତୁଳିଆପଡ଼ା, ଆଳପୁର, ମୋହନପୁର, ବରଷାର, ଫସିଡ଼ି ଭରସା, କେଶପୁର ଓ ଡିଆର୍ପି କଲୋନୀର ମହିଳାମାନେ ଖଲ୍ଲିକୋଟ ଥାନାରେ ଏ ନେଇ ଅଭିଯୋଗ କରିିଛନ୍ତି ।
ସୂଚନା ଅନୁଯାୟୀ ଖଲ୍ଲିକୋଟ କରଣସାହି ସ୍ଥିତ କଲଟେକ କମ୍ପୁ୍ୟଟର କେନ୍ଦ୍ରରେ ଅନିଲ କୁମାର ଦଳାଇ ଓ ସ୍ମୃତି ରଞ୍ଜନ ପାତ୍ର ନାମକ ଦୁଇ ଜଣ ପହଞ୍ଚô କମ୍ପୁ୍ୟଟର ସେଣ୍ଟରର ଏମ୍ଡି ବିଶ୍ୱନାଥ ଦାଶକୁ ଭେଟିଥିଲେ । ଦୁହେଁ ତାଙ୍କଠାରୁ ଏଟିଏମ୍, ବ୍ୟାଙ୍କ ପାସ୍ ବୁକ ନମ୍ବର ଓ ପାନ୍ କାର୍ଡ ପ୍ରଭୃତି ମାଗି ନେବା ସହ ଭିସି କେନ୍ଦ୍ର ଓ ଆଧାର ସଂଶୋଧନ କେନ୍ଦ୍ର ପାଇଁ ୨୫୦୦ ଓ ୩ ହଜାର ଟଙ୍କା ମାଗି ନେଇଥିଲେ । ସେମାନେ ବିଶ୍ୱନାଥଙ୍କ ଜାଲ ଭିଜିଟିଂ କାର୍ଡ କରି ବ୍ଲକର ବିଭିନ୍ନ ଗ୍ରାମରେ ପହଞ୍ଚô ମହିଳା ଗ୍ରୁପ ଗଠନ କରି ତାଙ୍କଠାରୁ ସମସ୍ତ କାଗଜପତ୍ର ଓ ବୀମା ଖର୍ଚ୍ଚ ସମେତ ପ୍ରାୟ ୬ଲକ୍ଷ ଟଙ୍କା ଠକି ନେଇଥିଲେ । ଏପରିକି ୫୦ ହଜାର ଟଙ୍କା ଋଣ ଖୁବ ଶୀଘ୍ର ଦିଆଯିବ କହି ବ୍ୟାଙ୍କ ପାସ୍ ବୁକ୍ ନମ୍ବର ନେଇ ଋଣ ମଞ୍ଜୁର ହୋଇଥିବାର ମେସେଜ ପଠାଇଥିବା ମହିଳାମାନେ ପ୍ରକାଶ କରିଛନ୍ତି । ଖଲ୍ଲିକୋଟ ଥାନାରେ ଏତଲା ଦିଆଯିବ ବୋଲି କ୍ଷତିଗ୍ରସ୍ତ ମହିଳା ଓ କଲଟେକ ଏମ୍ଡି ବିଶ୍ୱନାଥ ଦାଶ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *