ରାସ୍ତା ମରାମତି ନ କଲେ ଉଗ୍ରରୂପ ନେବ ଆନେ୍ଦାଳନ
ଟିକାବାଲି (ଆପ୍ର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଶହ ଶହ ପୁରୁଷ ଓ ମହିଳା ବାର୍ସେଡ଼ି ଘାଟ ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ଏକାଠି ହୋଇ ହାତରେ ବ୍ୟାନର ସହିତ ପ୍ଲାଗ କାର୍ଡ ଧରି ଟିକାବାଲି ହାଟ ପଦାରୁ ବାହାରି ବଜାର ପରିକ୍ରମା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚôଥିଲେ । ଏହାସହ ପ୍ରଶାସନକୁ ଆଜି ଶୋଭାଯାତ୍ରା ମାଧ୍ୟମରେ କଡା ଚେତାବନୀ ଦେଇ କହିଛନ୍ତି ଯେ ଆସନ୍ତା ୧୫ ଦିନ ମଧ୍ୟରେ ରାସ୍ତାର ସମାଧାନ ନ କରନ୍ତି ତେବେ ଆନେ୍ଦାଳନ ଉଗ୍ର ରୂପ ନେବ ବୋଲି ସାମାଜିକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ପ୍୍ରକାଶ, ସାରା ବିଶ୍ୱ ଆଜି ବିଶ୍ୱ ମାନବ ଅଧିକାର ଦିବସ ପାଳନ କରୁଥିବା ବେଳେ ଗାର୍ଡିଙ୍ଗିଆ ପଞ୍ଚୟତବାସୀ ଅଧିକାର ପାଇବା ପାଇଁ ଲଡେଇ କରୁଥିବା ଜଣାପଡୁଛି । ସମସ୍ତ ନାଗରିକଙ୍କ ପାଖରେ ପହଞ୍ଚେଇବା ଏକ ରାଷ୍ଟ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ ଥିବା ବେଳେ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତବାସୀଙ୍କ ପାଇଁ ଏହି ଅଧିକାର ଅଭିଶପ୍ତ ହୋଇଛି । ସରକାର ଅନେକ ଯୋଜନା ତିଆରି କରି ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ କରି ଆସୁଛନ୍ତି । କିନ୍ତୁ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ହେଉଛି ଟିକାବାଲି ବ୍ଲକର ଏକ ଦୁର୍ଗମ ପଞ୍ଚାୟତ । ଏହି ପଞ୍ଚାୟତକୁ ଯିବା ପାଇଁ ହେଲେ ଟୁଡୁବାଲି ଛକରୁ ବାର୍ସେଡ଼ି ଘାଟି ଅତିକ୍ରମ କରି ଯିବାକୁ ପଡାଥାଏ । ଏହି ପଞ୍ଚାୟତରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଣି ଚିକିତ୍ସାଳୟ ମଧ୍ୟ ରହିଛି । କିନ୍ତୁ କୌଣସି କର୍ମଚାରୀ ଦେଖା ମିଳୁନାହିଁ । ହେଲେ ଏହି ସମସ୍ୟା ରହିଥିବା ବେଳେ ଏହି ବିଷୟରେ ସମାଧାନ ପାଇଁ ପଞ୍ଚାୟତବାସୀ ପ୍ରଶାସନକୁ ବହୁତ ଥର ଅଭିଯୋଗ କରି ଥିଲେ ସୁଦ୍ଧା ପ୍ରଶାସନ ଏହାକୁ ଅଣ ଦେଖା କରୁଛନ୍ତି ବୋଲି କହିଛନ୍ତି ଅଳଞ୍ଚବାସୀ । ଏହି ଆନେ୍ଦାଳନରେ ସରପଞ୍ଚଞ୍ଚଜିତେନ୍ଦ୍ର ମଲ୍ଲିକ, ସମାଜ ସେବୀ ସଂଜୀବ ଦିଗାଲ, କ୍ରିଷ୍ଣା ଚନ୍ଦ୍ର ଦିଗାଲ, ୧୧ଟି ୱାର୍ଡର ୱାର୍ଡ ସଭ୍ୟାସଭ୍ୟ ସହିତ ପୂର୍ଣ୍ଣ ଚନ୍ଦ୍ର ଦିଗାଲ, ପ୍ରିୟଞ୍ଜନ ପ୍ରଧାନ, ରାମଚନ୍ଦ୍ର ଦିଗାଲ, ଫିଲିପ ଦିଗାଲ, ସୁରାଜ ପ୍ରଧାନ, ଦେବ ହରି ନାୟକ, ସପ୍ତସିରା ପ୍ରଧାନ, ସୁରାଜ ପ୍ରଧାନ,ସମିର ଦେହୁରୀ, ବିପିନ ପ୍ରଧାନ ନାଗାର୍ଜୁନ ପ୍ରଧାନ ସମେତ ୫ ଶହରୁ ଊଦ୍ଧ୍ୱର୍ ପୁରୁଷ ମହିଳା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ।