ତଳିଆ ଅଧିକାରୀଙ୍କୁ ବଳିପକାଇ ଖସିଯିବାକୁ ଚେଷ୍ଟା: ମୋକିମ୍
କଟକ (ବୁ୍ୟରୋ): ଐତିହାସିକ ବାଲିଯାତ୍ରା କେବଳ କଟକ ସହରର ନୁହେଁ ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ଏକ ସାଂସ୍କୃତିକ ମହୋସôବ । ତେବେ ଚଳିତ ବର୍ଷର ବାଲିଯାତ୍ରାରେ ଗତବର୍ଷ ଭଳି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ମହାଦୁର୍ନୀତିର ପୁନରାବୃତ୍ତି ଘଟିଛି । ଗତବର୍ଷ ପାଣି ଭଳି ବିଭିନ୍ନ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ନାଁରେ ସିଏମସି କର୍ତ୍ତୃପକ୍ଷ ହରିଲୁଟ୍ କରିଥିବା ଅଭିଯୋଗର ସତ୍ୟତା ଜନମାନସରେ ଥିଲା ବେଳେ, ଚଳିତବର୍ଷର ବାଲିଯାତ୍ରାରେ ଦୁର୍ନୀତି ସହରବାସୀଙ୍କୁ ଚକିତ କରିଛି । ବାଲିଯାତ୍ରା ରାଜ୍ୟ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ହୋଇଥିଲେ ହେଁ, କଟକବାସୀଙ୍କ ସହଯୋଗ, ସିଡିଏ ଓ ସିଏମସିର ସହଭାଗିତା ରୁହେ ହେଲେ ଗତ ୨ ବର୍ଷ ହେଲା ସିଏମ୍ସି ଏତେ ମାତ୍ରାରେ ଏଥିରେ ନିଜକୁ ସାମିଲ କରୁଛି ଯେ, ଯାହା ଏବେ ସନେ୍ଦହ ସୃଷ୍ଟି କରୁଛି ।ଗତବର୍ଷ ବାଲିଯାତ୍ରାରେ କନ୍ସେପ୍ଟ କମୁ୍ୟନିକେସନ୍ ସହ ଆଉ ଯେଉଁ ସଂସ୍ଥାମାନଙ୍କ ବିରୁଦ୍ଧରେ କାର୍ଯ୍ୟାଦେଶ ପାଇ ସଠିକ୍ ଭାବେ କାର୍ଯ୍ୟ କରି ନ ଥିବାରୁ କାଉନ୍ସିଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ସେହି ସଂସ୍ଥାଙ୍କୁ ପୁଣି ଥରେ ଚଳିତବର୍ଷ ନିୟୋଜିତ କରିବା ଦୁଃଭାର୍ଗଜନକ । ଗତବର୍ଷର ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ନେଇ ମହାନଗର ପୂଜା କମିଟି ସମ୍ପାଦକଙ୍କ ସମେତ ସହରର ବୁଦ୍ଧିଜୀବୀ ବିରୋଧୀ ଦଳ ଏହାର ପର୍ଦ୍ଦାଫାସ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । ସେତେବେଳେ ମେୟର ଓ ତତ୍କାଳୀନ ଜିଲ୍ଲାପାଳଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଘଟଣାର ନିର୍ଯ୍ୟାସ ପ୍ରକାଶ ନ ପାଉଣୁ ତରବରିଆ ଭାବେ ବାଲିଯାତ୍ରାର ଅବ୍ୟବହିତ ପୂର୍ବରୁ ଜିଲ୍ଲାପାଳଙ୍କୁ ସ୍ଥାନାନ୍ତର କରିଦିଆଗଲା । ଚଳିତବର୍ଷ ମଧ୍ୟ ଦୁର୍ନୀତି ଅଭିଯୋଗ ଆସିଲା ପରେ କମିଶନର ଓ ମେୟର ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି । ଏଥିରେ ଜଣେ ଲୋକପ୍ରତିନିଧିଙ୍କ ସହ ପବ୍ଲିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତାଙ୍କୁ ଜଣେ ଅଧସ୍ତନ ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟିରେ ରଖାଯାଇ ତାଙ୍କୁ ସନ୍ତୁଷ୍ଟ କରାଇ, ଏହି ଯାଞ୍ଚର କ୍ଲିୟରାନ୍ସ ଦେବା
ପାଇଁ ଯେଉଁ ଅପଚେଷ୍ଟା ଚାଲିଛି ତାହା ସହଜରେ ଗ୍ରହଣୀୟ ନୁହେଁ ବୋଲି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ ଦୁର୍ନୀତି ସବୁ ସୀମା ଟପିଯାଇଛି । ପାଖାପାଖି ୮ କୋଟି ଟଙ୍କା
ହରିଲୁଟ୍ କରାଯାଇଛି । ସିଏମ୍ସି ମେୟର ଓ କମିଶନରଙ୍କ ମନମୁଖୀ କାର୍ଯ୍ୟର ଘୋର ନିନ୍ଦା କରିବା ସହ ବାଲିଯାତ୍ରା ସମ୍ପର୍କିତ ସମସ୍ତ ବ୍ୟୟ ବରାଦର ଯାଞ୍ଚ ନିରପେକ୍ଷ ଭାବେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ବିଭାଗ ଜରିଆରେ କରାଯିବା ପାଇଁ ବିଧାୟକ ଶ୍ରୀ ମୋକିମ ଦାବି କରିଛନ୍ତି । ଏକ ସପ୍ତାହ ଭିତରେ ଏହି ତଦନ୍ତର ରିପୋର୍ଟ ସର୍ବସାଧାରଣ କରା ନ ଗଲେ, କଂଗ୍ରେସ ପକ୍ଷରୁ ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ଜନ ଆନେ୍ଦାଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।