ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା
ନୂଆଦିଲ୍ଲୀ, ୫ା୧୨ (ଏଜେନ୍ସି): ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଯେତେବେଳେ ବିଗୁଲ୍ ବାଜିଲା, ସେବେଠାରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ଏଥର ବିଜେପି ପାଇଁ ଏହି ନିର୍ବାଚନ କଠିନ ଆହ୍ୱାନ ହେବାକ ଯାଉଛି । ବିଜେପି ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ ନ କରିବା ପରେ ଏଥିରେ ଅଧିକ ସ୍ପଷ୍ଟତା ଆସିଥିଲା । ଅନୁମାନ କରାଯାଉଥିଲା ଯେ ତାଙ୍କୁ ନେଇ କ୍ଷମତାବିରୋଧୀ ପ୍ରବାହ ଏକ ଫ୍ୟାକ୍ଟର ହେବ, କାରଣ ସେ ବହୁ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ନେତୃତ୍ୱରେ କଂଗ୍ରେସ ଠାରୁ କଡ଼ା ଟକ୍କର ମିଳିବାର ଆଶା କରାଯାଉଥିଲା । କିନ୍ତୁ ନିର୍ବାଚନ ତାରିଖ ଯେତିକି ପାଖେଇ ଆସିଲା, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସେତିକି କ୍ଷିପ୍ରଗତିରେ ନିର୍ବାଚନ ପ୍ରଚାରର ଲାଗିପଡ଼ିଥିବା ଦେଖିବାକୁ ମିଳିଥିଲା । ଗୋଟିଏପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ନିର୍ବାଚନ ପ୍ରଚାରର ପ୍ରମୁଖ ଚେହେରା ଥିଲେ ଏବଂ ସେ ଲଗାତାର ରାଜ୍ୟ ଗସ୍ତ କରୁଥିଲେ । ଅନ୍ୟପଟେ, ମୁଖ୍ୟମନ୍ତ୍ରୀ ଶିବରାଜ ଗ୍ରାଉଣ୍ଡ ଲେଭଲ୍ରେ ଲୋକମାନଙ୍କୁ ଭେଟୁଥିଲେ । କେବେ ଶିବରାଜଙ୍କୁ ସୋଶାଲ୍ ମିଡିଆର ଚର୍ଚ୍ଚିତ ନାମଙ୍କ ସହ ଦେଖିବାକୁ ମିଳିଥିଲା ତ କେବେ ମହିଳାଙ୍କୁ ନିଜ ସରକାରର ‘ଲାଡ଼ଲୀ ବହନ ଯୋଜନା’ ମନେ ପକାଇ ଦେଉଥିବାର ଦେଖିବାକୁ ମିଳିଥିଲା । ଅନେକ ଥର ମହିଳାଙ୍କ
ମଧ୍ୟରେ ଏଭଳି ସଙ୍କେତ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଯେ ଏହା ତାଙ୍କର ଶେଷ ଇନିଂସ୍ । କିନ୍ତୁ ଡିସେମ୍ବର ୩ର ଫଳାଫଳ ପରେ ଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ବିଜେପି ୨୩୦ ମଧ୍ୟରୁ ୧୬୩ ଆସନ ଜିତିଥିଲା, ଯାହାସଂଖ୍ୟାଗରିଷ୍ଠତା ଠାରୁ ୪୭ ଅଧିକ ।ବିଜେପି ଏହି ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଉଥିବା ବେଳେ ବିଶ୍ଳେଷକ ଏହାର ଶ୍ରେୟ ବିଜେପିର ନିର୍ବାଚନୀ ଗଣିତ ଓ କେତେକ ଶ୍ରେୟ ଶିବରାଜଙ୍କ ପରିଶ୍ରମକୁ ଦେଉଛନ୍ତି । ଏସବୁ ଭିତରେ ଏ ପ୍ରଶ୍ନ ଏବେ ବି ବଳବତ୍ତର ରହିଛି ଯେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବେ? ବିଜେପି ଇତିହାସରେ ସବୁଠାରୁ ଅଧିକ ସମୟ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଏହି ପଦବୀ ବଜାୟ ରଖିବେ ନା କେହି ନୂଆ ବ୍ୟକ୍ତି ଏହି ପଦବୀ ସମ୍ଭାଳିବେ? ବିଜେପି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସାତ ସାଂସଦଙ୍କୁ ଟିକେଟ୍ ଦେଇଥିଲା । ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ସେମାନଙ୍କ ମଧ୍ୟରୁ କେହି ଚୌକିରେ ବସିବେ କି? ଶିବରାଜ ରହିବେ କି ମୁଖ୍ୟମନ୍ତ୍ରୀ ୧୮ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା ଯୋଗୁଁ ଶିବରାଜଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦବୀର ମଜଭୁତ ଦାବିଦାର ବିବେଚନା କରାଯାଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ଶିବରାଜଙ୍କୁ ଦଳ ବେଶୀ ଗୁରୁତ୍ୱ ଦେଇ ନ ଥିଲା ଏବଂ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ଶେଷ ତାଲିକାରେ ଥିଲା । ତେବେ ବିଜେପି ନିର୍ବାଚନ ପ୍ରଚାର ସମୟରେ ଜାଣିବାକୁ ପାଇଥିଲା ଯେ ଶିବରାଜଙ୍କ ମହିଳାଙ୍କ ମଧ୍ୟରେ ଭଲ ଦଖଲ ଅଛି ଏବଂ ତାଙ୍କ ଲାଡ଼ଲୀ ବହନ ଯୋଜନାର ଲୋକପ୍ରିୟତା ରହିଛି । ବରିଷ୍ଠ ସାମ୍ବାଦିକ ସଲମାନ ରାବୀ କହିଛନ୍ତି ଯେ ଶିବରାଜ ନିର୍ବାଚନ ପ୍ରଚାର ସମୟରେ ପ୍ରମାଣିତ କରିଥିଲେ ଯେ ବିଜେପି ତାଙ୍କୁ ଅଣଦେଖା କରିବା ସହଜ ନୁହେଁ । ରାଜ୍ୟରେ ତାଙ୍କର ଗଣନେତାର ଭାବମୂର୍ତ୍ତି ବି ରହିଥିଲା । ଏହା ସମୟ କହିବ ଯେ କିଏ ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ଗୋଷ୍ଠୀବାଦ ଜୋର୍ସୋର୍ରେ ରହିଛି । ଦଳର ଏକ ବଡ଼ ବର୍ଗର ବିଚାରରେ ପରବର୍ତ୍ତୀ ଲୋକସଭା ନିର୍ବାଚନ ଯାଏଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ, କାରଣ ନିର୍ବାଚନକୁ ଛଅ ମାସରୁ ବି କମ୍ ସମୟ ଅଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦବୀର ଦୌଡ଼ରେ ଶିବରାଜଙ୍କ ସହିତ ପ୍ରହ୍ଲାଦ ସିଂହ ପଟେଲ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କୈଳାସ ବିଜୟବର୍ଗୀୟ ବି ଦୌଡ଼ରେ ଅଛନ୍ତି ।
ବିଜେପି ଚମକପ୍ରଦ ଢଙ୍ଗରେ ଜିତିକି କ୍ଷମତାକୁ ଆସିଛି । ଯଦି ଏପରି ସ୍ଥଳେ ଶିବରାଜଙ୍କୁ ହଟାଯିବ, ତା’ହେଲେ ଏହା କାଉଣ୍ଟର୍ ପ୍ରଡକ୍ଟିଭ୍ ବି ହୋଇପାରେ । ବିଜୟବର୍ଗୀୟଙ୍କୁ ଗ୍ୱାଲିଅର୍ଚମ୍ବଲ ଅଞ୍ଚଳର ଲୋକ ଜାଣନ୍ତିନି, ସେହିପରି ସିନ୍ଧିଆଙ୍କ ମହାକୌଶଲର ଜନସାଧାରଣଙ୍କ ଉପରେ ସେଭଳି ନିୟନ୍ତ୍ରଣ ନାହିଁ । କିନ୍ତୁ ଶିବରାଜଙ୍କ ପୂରା ମଧ୍ୟ ପ୍ରଦେଶ ଉପରେ ଭଲ ନିୟନ୍ତ୍ରଣ ରହିଛି । ସେ ରାଜ୍ୟରେ ‘ମାମା’ ନାମରେ ପରିଚିତ । ଏଥିପାଇଁ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଅଣଦେଖା କରିବା କଷ୍ଟକର ହେବ । ଶିବରାଜଙ୍କ ଲାଡ଼ଲୀ ବହନ ଯୋଜନା ମହିଳା ଭୋଟ୍ ବଢ଼ାଇଥିଲା ସତ; ହେଲେ କ୍ଷମତା-ବିରୋଧୀ ପ୍ରବାହ ଥିଲା, ଯାହାକୁ ବିଜେପିର ଆକ୍ରମଣାତ୍ମକ ନିର୍ବାଚ ଅଭିଯାନ ନିୟନ୍ତ୍ରଣ କରିଥିଲା ।ପ୍ରହ୍ଲାଦ ପଟେଲ୍ ବିଜେପିର କେତେ ବଡ଼ ପସନ୍ଦ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀ
ଦୌଡ଼ରେ ପ୍ରହ୍ଲାଦ ସିଂହ ପଟେଲ୍ଙ୍କ ନାମ ବି ଆଗରେ ରହିଛି । ସେ ଦାମୋହରୁ ସାଂସଦ ଓ କେନ୍ଦ୍ର ମନ୍ତ୍ରୀ । ପ୍ରହ୍ଲାଦଙ୍କ ନାମ ସଂଘର ବି ପସନ୍ଦ, କାରଣ ସେ ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ଏବଂ ସଂଘର ମଧ୍ୟ ନିକଟତର ।ସଲମାନ ରାବୀଙ୍କ କହିବାନୁଯାୟୀ, ବିଜେପି ମହାକୌଶଲ-ବିନ୍ଧ୍ୟ ଉପରେ ପୂରା ଧ୍ୟାନ ଦେଇ ସେଠାରୁ ପ୍ରହ୍ଲାଦ ପଟେଲ୍ଙ୍ ମଇଦାନକୁ ଛଡ଼ିଥିଲା । ମହାକୌଶଲ କ୍ଷେତ୍ର ହିନ୍ଦୁତ୍ୱର ନୂଆ ଲ୍ୟାବ୍ । ବରିଷ୍ଠ ସାମ୍ବାଦିକ ସଞ୍ଜୟ ସକ୍ସେନାଙ୍କ ମତରେ ଯଦି ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ତା’ହେଲେ ପ୍ରହ୍ଲାଦ ସିଂହ ପଟେଲ୍ ସବୁଠାରୁ ବଡ଼ ଦାବିଦାର, କାରଣ ସେ ଓବିସି ସମୁଦାୟର । ବିଜେପି ରାଜ୍ୟରେ ଓବିସି ଚେହେରା ଉପରେହିଁ ବାଜି ଲଗାଇବ । ଦୌଡ଼ରେ ଥିବା ଅନ୍ୟ ଦୁଇ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କୈଳାସ ବିଜୟବର୍ଗୀୟଙ୍କୁ
ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଶିବରାଜ ଓ ପ୍ରହ୍ଲାଦଙ୍କ ପରେ ସେମାନଙ୍କ ନାମ ଆସୁଛି ନୂଆ ଜିନିଷ ଦେଖିଲୁ ଆକ୍ୱାରିୟମ ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା