ରନୱେରୁ ଖସି ବିମାନ ଦୁଇ ଖଣ୍ଡ

ମୁମ୍ବାଇ,୧୪ା୯: ଗୁରୁବାର ସନ୍ଧ୍ୟା ୫.୦୮ ସମୟରେ ମୁମ୍ବାଇ ବିମାନ ବନ୍ଦରରେ ଏକ ଚାର୍ଟର୍ଡ ପ୍ଲେନ୍ ଅବତରଣ ସମୟରେ ରନୱେରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇ ଗଡ ହୋଇଯିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ବିମାନର ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଯାତ୍ରୀଙ୍କ ମଧ୍ୟରେ ଡେନମାର୍କର ଜଣେ ନାଗରିକ ଅନ୍ତର୍ଭୁକ୍ତ ।
ବେସାମରିକ ବିମାନ ଚଳାଚଳ (ଜିଡିସିଏ)ର ମହାନିଦେ୍ର୍ଦଶକ କହିଛନ୍ତି, ଭିଏସ୍ଆର ଭେଞ୍ଚର୍ସ କମ୍ପାନୀର ବିଶାଖାପାଟଣାରୁ ଆସିଥିବା ଲିୟରଜେଟ୍ ୪୫ ଭିଟି-ଡିବିଏଲ୍ ବିମାନ ଛତ୍ରପତି ଶିବାଜି ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରର ୨୭ ନମ୍ବର ରନୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଥିଲା । ପରେ ପରେ ବିମାନରେ ନିଆଁ ଲାଗି ଯାଇଥିଲା । ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାରୁ ଦୃଶ୍ୟତା ୭ ଶହ ମିଟରକୁ କମିଯିବା କାରଣରୁ ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାଗ୍ରସ୍ତ ଚାର୍ଟର୍ଡ ବିମାନର ଖଣ୍ଡବିଖଣ୍ଡିତ ଅଂଶଗୁଡିକୁ ରିକଭରି କିଟ୍ ସାହାଯ୍ୟରେ ସ୍ଥାନାନ୍ତରିତ କରାଯିବ । ଏବେ କେବଳ ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର୍ ଇଣ୍ଡିଆ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ ।
ଦୁର୍ଘଟଣା ପରେ ମୁମ୍ବାଇ ବିମାନ ବନ୍ଦରର ୨ଟି ରନୱେକୁ ପ୍ରାୟ ୧ ଘଣ୍ଟା ୪୫ ମିନିଟ୍ ପାଇଁ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ବହୁ ଫ୍ଲାଇଟ୍କୁ ଅନ୍ୟ ବିମାନବନ୍ଦରକୁ ଡାଇଭଟ୍ କରାଯାଇଥିଲା । ମୁମ୍ବାଇ ଏୟାର୍ପୋର୍ଟରେ ଦୁଇଟି କ୍ରସିଂ ରନ୍ୱେ ଅଛି । ସେ ଦୁଇଟି ହେଲା ୦୯/୨୭ ଓ ୧୪/୩୨ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *