୧୪ ଦିନିଆ ରିମାଣ୍ଡ୍ରେ ଚନ୍ଦ୍ରବାବୁ

ବିଜୟୱାଡା, ୧୦ ।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ରାଜ୍ୟ ଦକ୍ଷତା ବିକାଶ କର୍ପୋରେସନ୍ରେ ୩୭୧ କୋଟି ଟଙ୍କା ହେରଫେର ଦୁର୍ନୀତି ମାମଲାରେ ତାଙ୍କୁ ଶନିବାର ସିଆଇଡି ଗିରଫ କରଛିି । ହେଲେ ସେ ଯଦି କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆହୁରି ୧୦ ବର୍ଷ ଜେଲରେ ରହିବାକୁ ପଡ଼ିପାରେ ବୋଲି କୁହାଯାଉଛି । ସିଆଇଡିର ତଦନ୍ତ ଅନୁସାରେ, ୨୦୧୫ରେ ଦକ୍ଷତା ବିକାଶ କର୍ପୋରେସନ୍, ସିମେନ୍ସ ସହିତ ୩୩୦୦ କୋଟି ଟଙ୍କାର ଚୁକ୍ତି କରିଥିଲା । ଏହି ଅର୍ଥରେ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ଥିଲା । ମୋଟ ଅର୍ଥର ୧୦ ପ୍ରତିଶତ ଅଂଶ ରାଜ୍ୟ ସରକାର ଏବଂ ଆଉ ୯୦ ପ୍ରତିଶତ ଅର୍ଥ ସିମେନ୍ସ ଦେବାର ସ୍ଥିର ହୋଇଥିଲେ ମଧ୍ୟ ସିମେନ୍ସ କୌଣସି ଅର୍ଥ ଦେଇନଥିଲା । ଏପରିକି ଏହି ଅର୍ଥରେ ହେରଫେର ହୋଇଥିଲା ବୋଲି ସିଆଇଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦୁର୍ନୀତି ଅର୍ଥକୁ ଆତ୍ମସାତ କରିଥିଲେ ତେଲୁଗୁ ଦେଶମ ପାର୍ଟି (ଟିଡିପି), ଚନ୍ଦ୍ରବାବୁ ନାଇଡୁ ଏବଂ ତକ୍ରାଳୀନ ଦକ୍ଷତା ବିକାଶ ମନ୍ତ୍ରୀ । ଚନ୍ଦ୍ରବାବୁ ନାଇଡୁଙ୍କୁ ରବିବାର କୋର୍ଟରେ ହାଜର କରାଯିବା ସମୟରେ ତେଲୁଗୁ ଦେଶମ ପାର୍ଟିର କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ବିଜୟୱାଡାର ଏସିବି କୋର୍ଟ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବି·ର ବିଭାଗୀୟ ହାଜତକୁ ପଠାଇଥିବା ସୂଚନା ମିଳିଛି । ଏଥିପାଇଁ ତାଙ୍କ ନାଁରେ ଆଇପିସି ଧାରା ୧୨୦ବି, ୪୨୦ ଓ ୪୬୫ରେ ମାମଲା ହୋଇଛି । ନାଇଡୁଙ୍କୁ ପ୍ରଥମେ ବିଜୟୱାଡାର ଏସଆଇଟି କାର୍ଯ୍ୟାଳୟ ଏବଂ ପରେ ସୋମବାର ସକାଳେ ରାଜମୁଣ୍ଡରୀ ନିଆଯିବ ।
ଗିରଫ ପରେ ଚନ୍ଦ୍ରବାବୁଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ହୋଇଥିଲା । ନିଃସ୍ୱାର୍ଥପର ଭାବେ ମୁଁ ତେଲୁଗୁ ଲୋକଙ୍କୁ ସେବା କରିଆସିଛି । ବଞ୍ଚିଥିବା ଯାଏଁ ତେଲୁଗୁ ଲୋକଙ୍କ ପାଇଁ ରକ୍ଷା କବଚ ହୋଇ ରହିବି । ପୃଥିବୀର କୌଣସି ଶକ୍ତି ମୋତେ ତେଲୁଗୁ ଲୋକଙ୍କ ସେବା କରିବାରୁ ବଞ୍ଚିତ କରିପାରିବେ ନାହିଁ ବୋଲି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *