ସାତକୋଶିଆରେ କରେଣ୍ଟ୍ ଲାଗି ୨ ହାତୀ ମୃତ
ଅନୁଗୁଳ, ୫ା୯(ଆପ୍ର): ବନ ବିଭାଗର ଅବହେଳା ପାଇଁ ବଳି ପଡ଼ିଛନ୍ତି ଦୁଇ ହାତୀ । ବିଦୁ୍ୟତ୍ ଆଘାତରେ ପ୍ରାଣ ଏକ ଦନ୍ତା ଓ ଏକ ମାଈ ହାତୀଙ୍କ ମୃତୁ୍ୟ ଘଟିଛି । ଚାରିଦିନ ପୂର୍ବରୁ ହାତୀଗୁଡ଼ିକ ମରିଛନ୍ତି ଓ ଦୁର୍ଗନ୍ଧ ହେଉଥିଲେ ସୁଦ୍ଧା ଦୈନନ୍ଦିତ ପାଟ୍ରୋଲିଂ କରୁଛନ୍ତି ବୋଲି କହୁଥିବା ବନ ବିଭାଗ କର୍ମଚାରୀମାନେ କିପରି ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବାଘ ବଂଶ ଲୋପ ପାଇବା ପରେ ଏବେ ହାତୀ ବଂଶର ସୁରକ୍ଷା ଚିନ୍ତା ସାତକୋଶିଆ ବନବିଭାଗକୁ ଘାରିଛି । ସାତକୋଶିଆର ହାତୀ ପଲ ଜନବସତି ମୁହାଁ ହୋଇଥିବା ଯୋଗୁଁ ଅନେକ ସମୟରେ ହାତୀ ମଣିଷ ଲଢେଇ ଲାଗି ରହୁଛି । ଏଭଳି ସ୍ଥିତିରେ ଅଭୟାରଣ୍ୟ ଭିତରେ ଏକା ବେଳକେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦନ୍ତାର ବୟସ ୧୫ ଓ ମାଈର ହାତୀର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
ଅଭୟାରଣ୍ୟର ଟାଇଁସି ସଂରକ୍ଷିତ ଜଙ୍ଗଲରେ ବିଦୁ୍ୟତ ଆଘାତରେ ଉଭୟ ହାତୀଙ୍କ ମୃତୁ୍ୟ ହୋଇଛି । ଜନ୍ତୁ ଶିକାର ପାଇଁ କେହି ଦୁର୍ବୃତ୍ତ କେବୁଲ ତାରକୁ କାଟି ସେଥିରେ ହୁକ ପକାଇ ଜାଲ ବିଛାଇ ଥିଲା । ସେହି ଜାଲରେ ପଡି ଦୁଇ ହାତୀ ମୃତୁ୍ୟବରଣ କରିଛନ୍ତି । ସକାଳେ କିଛି ଗାଇ ଚରାଳି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରିଛି । ବିଦୁ୍ୟତ ବିଭାଗ ଓ ଭୁବନେଶ୍ୱରର ଜଏଣ୍ଟଣ୍ଟଟାସ୍କଫୋର୍ସ ମଧ୍ୟ ପହଞ୍ଚି ଟିକିନିଖି ଯାଞ୍ଚଞ୍ଚକରିଛନ୍ତି । କେବୁଲ ସହାୟତାରେ ବିଦୁ୍ୟତ ତାର ଯାଇଥିବା ବେଳେ ଶିକାରୀ କିଭଳି ତାର ବିଛାଇଲେ ତାହା ସନେ୍ଦହ ଘେରରେ । ଏ ନେଇ ବିଦୁ୍ୟତ ବିଭାଗ ତଦନ୍ତ କରୁଛି । ମୁଖ୍ୟ ରାସ୍ତା ଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଦୁି ହାତୀ ମରିପଡ଼ିଥିଲେ ।
ବନ ବିଭାଗ ଜଙ୍ଗଲରେ ପାଟ୍ରୋଲିଂ କରିବା, ୱାଚରମାନଙ୍କୁ ନିଯୁକ୍ତି ଦେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ହାତୀ ମରିବାର ୪ ଦିନ ଯାଏ କିଭଳି ଜାଣି ପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାତକୋଶିଆବାସୀ । ପାଟ୍ରୋଲିଂ କେବଳ ରାସ୍ତାରେ କରାଯାଉଥିବାରୁ ଶିକାରୀମାନେ ଅବାଧରେ ଜଙ୍ଗଲ ଭିତରେ ପ୍ରବେଶ କରି ଶିକାର କରୁଥିବା ଅଭିଯୋଗ ହେଉଛି । ସାତକୋଶିଆ ଡିଏଫ୍ଓ ସରୋଜ କୁମାର ପଣ୍ଡା କହିଛନ୍ତି, ଘଞ୍ଚ ଜଙ୍ଗଲରେ ଏରିଆ ପାଟ୍ରୋଲିଂ ହୋଇ ପାରୁନାହିଁ । ତଥାପି କୌଣସି କର୍ମଚାରୀଙ୍କ ଅବହେଳା ଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।