ଚନ୍ଦ୍ରରେ ବାଟ ବଦଳାଇଲା ପ୍ରଜ୍ଞାନ

ବେଙ୍ଗଲୁରୁ, ୨୮ା୮: ଚନ୍ଦ୍ରରେ ବିଚରଣ କରି ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ ଖାତରେ ପଡ଼ି ଅଟକିଯିବା ପୂର୍ବରୁ ନିର୍ଦ୍ଧାରିତ ବାଟ ବଦଳାଇ ନୂଆ ବାଟରେ ଯାଇଛି ।
ଛଅ ଚକ ବିଶିଷ୍ଟ ରୋବୋଟ ପ୍ରଜ୍ଞାନ ନିର୍ଦ୍ଧାରିତ ପଥରେ କିଛି ବାଟ ଯିବା ପରେ ହଠାତ୍ ଗୋଟିଏ ଖାତର ସମ୍ମୁଖୀନ ହୋଇଥିଲା । ୪ ମିଟର ବ୍ୟାସ ବିଶିଷ୍ଟ ଖାତର ୩ ମିଟର ଆଗରୁ ପ୍ରଜ୍ଞାନ ତା’ର ୫ ମିଟର ରେଞ୍ଜ ବିଶିଷ୍ଟ ନାଭିଗେସନ୍ କ୍ୟାମେରା ମାଧ୍ୟମରେ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା । ଏହା ପରେ ପ୍ରଜ୍ଞାନ ତା’ର ଗତିପଥ ବଦଳାଇଥିବା ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରଜ୍ଞାନର ବାଟ ଓ ତା’ ସାମ୍ନାରେ ପଡ଼ିଥିବା ଗାତର ଫଟୋ ଜାରି କରିଛି ଇସ୍ରୋ । ପ୍ରଜ୍ଞାନ ଆଉ ୧୦ ଦିନ ଚନ୍ଦ୍ରପୃଷ୍ଠରେ ବିଚରଣ କରି ତଥ୍ୟ ସଂଗ୍ରହ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *