ରାଷ୍ଟ୍ରପତି ଶାସନ ଛଡ଼ା ବିକଳ୍ପ ନାହିଁ

ପଞ୍ଜାବ ରାଜ୍ୟପାଳଙ୍କ ଚେତାବନୀ
ଚଣ୍ଡିଗଡ଼, ୨୫ା୮: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚିଠି ଲେଖି ରାଜ୍ୟପାଳ କହିଛନ୍ତି, ରାଜଭବନ ପକ୍ଷରୁ ମଗାଯାଉଥିଲା ସୂଚନା ସରକାର ଦେଉନାହାନ୍ତି । ଏହା ସାମ୍ବିଧାନିକ କର୍ତ୍ତବ୍ୟ ପ୍ରତି ଅପମାନ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ପରିପ୍ରେକ୍ଷୀରେ ତାଙ୍କ ପାଖରେ ଆଇନ ଓ ସମ୍ବିଧାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡା ଅନ୍ୟ ବିକଳ୍ପ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ରାଜଭବନ ଚିଠିର ଉତ୍ତର ନ ଦେବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାଜ୍ୟପାଳଙ୍କ ୪ ପୃଷ୍ଠାର ଏହି ଚିଠି ଅଗଷ୍ଟ ୧୫ ତାରିଖ ଦିନ ପଠାଯାଇଥିଲା । ସେଥିରେ ଉଲ୍ଲେଖ ଅଛି ଯେ ପଞ୍ଜାବରେ ଡ୍ରଗ୍ସ କାରବାର ଚରମ ସ୍ତରରେ ପହଞ୍ଚôଛି । ଔଷଧ ଦୋକାନଗୁଡିକରେ ମଧ୍ୟ ଡ୍ରଗ୍ସ ମିଳୁଛି । ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଦ ଦୋକାନଗୁଡିକରେ ମଧ୍ୟ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି କରାଯାଉଛି । ନିକଟରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ ଓ ଚଣ୍ଡିଗଡ ପୁଲିସ୍ ଲୁଧିଆନାର ୬୬ ମଦ ଦୋକାନ ସିଲ୍ କରିଥିଲେ । ସେହିସବୁ ଦୋକାନରେ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି କରାଯାଉଥିଲା । ପଞ୍ଜାବର ପ୍ରତି ୫ ଜଣରୁ ଜଣେ ନିଶାସକ୍ତ ବୋଲି ସଂସଦ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି । ଏହିସବୁ ତଥ୍ୟ ଅନୁଯାୟୀ ପଞ୍ଜାବରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡିବା ଉପରେ । ରାଜ୍ୟ ସରକାର ଡ୍ରଗ୍ସ କାରବାର ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ରାଜଭବନର ଆଦେଶ ସତ୍ତ୍ୱେ ସେ ସମ୍ବନ୍ଧରେ ସୂଚନା ଦିଆଯାଉନାହିଁ । ଏ ବିଷୟରେ ଅଗଷ୍ଟ ୧ରେ ରାଜଭବନରୁ ଗୋଟିଏ ଚିଠି ଯାଇଥିଲା । ଏବେ ଆଉ ଏକ ଚିଠି ଲେଖିବାକୁ ରାଜଭବନ ବାଧ୍ୟ ହେଲା । ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହେଲେ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିକଟକୁ ରିପୋର୍ଟ ପଠାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *