ଫାର୍ମ ହାଉସ୍ରୁ ୨ ଶବ ଉଦ୍ଧାର
ବାଲିଅନ୍ତା, ୧୮ା୮(ଆପ୍ର): ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟ ଫାର୍ମ ହାଉସ୍ରୁ ୨ ଜଣ ଲୋକଙ୍କ ଶବ ବାଲିଅନ୍ତା ଥାନା ପୁଲିସ ଶୁକ୍ରବାର ଜବତ କରିଛି । ସେମାନେ ହେଲେ କଟକ ନିଆଳୀ ଥାନା ଅନ୍ତର୍ଗତ କୂଳସାହିର ଜଗବନ୍ଧୁ ବେହେରା (୨୨) ଓ ପଳଶା ଗ୍ରାମର ସୁଶାନ୍ତ ଦାସ (୪୨) । ଦୁହେଁ ଫାର୍ମ ହାଉସର କର୍ମ·ରୀ ଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ ।
ଫାର୍ମ ହାଉସ ମାଲିକ ଅଜୟ ବେହେରାଙ୍କ ସୂଚନାକ୍ରମେ ପୁଲିସ୍ ଫାର୍ମ ହାଉସ୍ରେ ପହଞ୍ଚô ବନ୍ଦ କୋଠରୀରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପୁଲିସ୍ ସୂତ୍ରରୁ ପ୍ରକାଶ, ନିଆଳୀ ଥାନା ପଳଶା ଗ୍ରାମର ଅଜୟ ବେହେରାଙ୍କର ରାମଚନ୍ଦ୍ରପୁର କାଜ ନିକଟରେ ଏକ ଫାର୍ମ ହାଉସ ଅଛି । ଫାର୍ମ ହାଉସ୍ରେ ୫ ବର୍ଷ ହେଲା ସୁଶାନ୍ତ ମଇଁଷିମାନଙ୍କ ସେବା କରୁଥିଲେ । ୨୦ ଦିନ ହେବ ଜଗବନ୍ଧୁ ସେହି କାର୍ଯ୍ୟରେ ସାମିଲ ହୋଇଥିଲେ । ଗୁରୁବାର ରାତିରେ ସବୁଦିନ ପରି ସେମାନେ ମଇଁଷିମାନଙ୍କ ଦେଖାରଖା ସାରି ଘରର କବାଟ ଝରକା ବନ୍ଦ କରି ଶୋଇ ପଡିଥିଲେ । ଅଜୟ ସେମାନଙ୍କୁ ରାତି ୧୨.୩୦ ମିନିଟରେ ଫୋନ କରି ମଇଁଷି ମାନଙ୍କ କଥା ପ·ରି ବୁଝିଥିଲେ । ପରେ ରାତି ୧.୩୦ ବେଳେ ଅଜୟଙ୍କୁ ସେମାନେ ଫୋନ କରିଥିଲେ । ଅଜୟ ବିଶ୍ରାମ ନେଉଥିବାରୁ ସେମାନଙ୍କ ଫୋନ୍ ନ ଉଠାଇ ପରଦିନ ସକାଳ ୬ଟାରେ କଲ୍ବ୍ୟାକ୍ କରିଥିଲେ । ଫୋନ୍ର ଜବାବ ନ ଆସିବାରୁ ଅଜୟ ଫାର୍ମ ହାଉସ୍କୁ ଆସି କବାଟ ବାଡେଇ ଦେଖିଲେ ଦୁଇ କର୍ମଚାରୀ ଅଚେତ ଅବସ୍ଥାରେ ପଡିଛନ୍ତି । ଦୁହିଁଙ୍କୁ ସେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।