ଆଉ ମିଳିବନି ବଲ୍କ ସିମ୍

୫୨ ଲକ୍ଷ ବେଆଇନ
ସିମ୍ ଜବତ
୧୬ ହଜାର ଡିଲର କଳା ତାଲିକାଭୁକ୍ତ
୩୦୦ ଏତଲା ରୁଜୁ
ନୂଆଦିଲ୍ଲୀ, ୧୭ା୮: ସିମ୍ କାର୍ଡ ତଥା ଫୋନ୍ କଲ୍ ମାଧ୍ୟମରେ ହେଉଥିବା ଠକେଇ ରୋକିବା ପାଇଁ ଟେଲିକମ୍ ମନ୍ତ୍ରାଳୟ ବଡ ପଦକ୍ଷେପ ନେଇଛନ୍ତି । ସିମ୍ ଡିଲରମାନଙ୍କ ପୁଲିସ୍ ଓ ବାୟୋମେଟ୍ରିକ୍ ଯାଞ୍ଚକୁ ଅନିବାର୍ଯ୍ୟ କରିଦିଆଯାଇଛି । ତା ସହିତ ବଲ୍କ ସିମ୍ କ୍ରୟ ବ୍ୟବସ୍ଥା ବନ୍ଦ କରିଦିଆଯିବ । ତା ପରିବର୍ତ୍ତେ ବିଜ୍ନେସ୍ ଗ୍ରୁପ୍, କର୍ପୋରେଟ୍ ବା ଇଭେଣ୍ଟ୍ ପାଇଁ ସିମ୍ କିଣାଯିବାର ନୂଆ ବ୍ୟବସ୍ଥା କରାଯିବ । କମ୍ପାନୀମାନଙ୍କ ପଞ୍ଜିକରଣ ଆଧାରରେ ଦିଆଯିବ ସିମ୍ । କୌଣସି କମ୍ପାନୀ ବଲ୍କ ସିମ୍ କିଣିଲେ ସେଗୁଡିକୁ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ କେୱାଇସି କରିବାକୁ ହେବ । ବିଭାଗୀୟ ମନ୍ତ୍ରୀ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିୟମ ଉଲ୍ଲଂଘନ କଲେ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗିବ ।
ଗତ ମେ’ରେ ସରକାର ଠକେଇରେ ସମ୍ପୃକ୍ତ ୫୨ ଲକ୍ଷ ସିମ୍ କନେକ୍ସନକୁ ନିଷ୍କ୍ରିୟ କରିଦେଇଥିଲେ । ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ୩୦୦ ସିମ୍ କାର୍ଡ ଡିଲରଙ୍କ ନାମରେ ଏତଲା ରୁଜୁ କରାଯାଇଛି । ବଲ୍କରେ କିଣା ଯାଇଥିବା ସିମ୍ରୁ ୨୦ ପ୍ରତିଶତର ଦୁରୁପେଯାଗ କରାଯାଇଛି । ସେଥିରେ ସାଇବର ଫ୍ରଡ୍ ସାମିଲ । ଏହିସବୁ ତଥ୍ୟ ଜଣାପଡିବା ପରେ ଟେଲିକମ୍ ମନ୍ତ୍ରାଳୟ କଡା ପଦକ୍ଷେପ ନେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *