୧୨ ବର୍ଷର ପୁଅକୁ ଚେଙ୍କ
ବାପା ଓ ସାବତ ମା’ର ଅକଥନୀୟ ନିର୍ଯାତନା
ଅନୁଗୋଳ, ୧୩ ।୮ (ଆପ୍ର): ନୃଶଂସ ପାଲଟିଲେ ବାପା ଓ ସାବତ ମା’ । ୧୨ ବର୍ଷର ପୁଅକୁ ପାଶବିକ ଅତ୍ୟାଚର । ପିଟାମରାରେ ମନ ସନ୍ତୁଷ୍ଟ ହେଲାନି ଯେ, ଦଉଡ଼ିରେ ବାନ୍ଧି ଲୁହାଛଡ଼ରେ ଚେଙ୍କ ଦେଲେ । ହାତ ଓ ଦୁଇ ପାଦରେ ଚେଙ୍କ ଦିଆଯାଇଥିବା ବେଳେ ନାବାଳକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଛେଣ୍ଡିପଦା ଥାନା ଇଲାକା ବାଲିପଟ୍ଟା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁର ଶହ ଶହ ଲୋକ ରୁଣ୍ଡ ହୋଇ ଅଭିଯୁକ୍ତ ବାପା ଓ ସାବତ ମା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଖବର ପାଇ ଚାଇଲ୍ଡଲାଇନ୍ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଓ ଏସ୍ଏଚ୍ଜି ସଦସ୍ୟା ପହଞ୍ଚô ନାବାଳକକୁ ଉଦ୍ଧାର କରିଥିଲେ । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ନାବାଳକକୁ ସରକାରୀ ଶିଶୁ ଯତ୍ନ ଗୃହରେ ଥଇଥାନ୍ କରିବାକୁ ପ୍ରଶାନସ ନିଷ୍ପତ୍ତି ନେଇଛି । ଛେଣ୍ଡିପଦା ପୁଲିସ୍ ଗାଁରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ପୀଡ଼ିତ ନାବାଳକ ବର୍ଷର ହୋଇଥିବା ବେଳେ ତାଙ୍କ ମା’ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ଯାହା ଫଳରେ କିଛି ମାସ ପରେ ବାପା ଦ୍ୱିତୀୟ ବିବାହ କରିଥିଲେ । ଘରକୁ ସାବତ ମା’ ଆସିବା ପରେ ନାବାଳକ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଥିଲା । ଉଭୟ ବାପା ଓ ସାବତ ମା’ କଥା କଥାକେ ତାଙ୍କୁ ପିଟାମରା କରିଥାନ୍ତି । ବାପା ଓ ସାବତ ମା’ଙ୍କ ଅତ୍ୟାଚାର ସହିନପାରି ଅଧିକାଂଶ ସମୟରେ ନାବାକଳ ତାଙ୍କ ସାନ ଅଜା ଓ ଆଇଙ୍କ ପାଖରେ ରୁହନ୍ତି । ଏନେଇ ଗ୍ରାମବାସୀ କେହି ପ୍ରତିବାଦ କଲେ ନାବାଳକଙ୍କ ବାପା ଓ ସାବତ ମା’ ତାଙ୍କୁ ଗାଳିଗୁଲଜ କରିଥାନ୍ତି । ତେବେ ଗତ ୯ତାରିଖ ଦିନ ନାବାଳକ ପ୍ରତି ଅତ୍ୟାଚାର ସବୁ ସୀମା ସରହଦ ଡ଼େଇଁଥିଲା । ଅପରାହ୍ନ ୩ଟା ବେଳେ ବାପା ନୃଶଂସ ହୋଇ ଉଠିଥିଲେ । ନାବାଳକକୁ ବାନ୍ଧି ଲୁହାଛଡ଼ରେ ଚେଙ୍କ ଦେଇଥିଲେ । ନାବାଳକର ହାତ ଓ ପାଦରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ସାନ ଅଜା ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ନାବାଳକ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତ ବାପା ଓ ସାବତ ମା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ପୂର୍ବାହ୍ନ ୧୧ଟା ବେଳକୁ ଘର ସାମ୍ନାରେ ଗ୍ରାମର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଚାଇଲ୍ଡଲାଇନ୍ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ, ଏସ୍ଏଚ୍ଜିର ସଦସ୍ୟମାନେ ପହଞ୍ଚô ଏନେଇ ପୁଲିସ୍କୁ ଖବର ଦେଇଥିଲେ । ମାତ୍ର ପୁଲିସ୍ ପହଞ୍ଚôାରେ ଅହେତୁକ ବିଳମ୍ବ କରିଥିଲା । ଯାହାକୁ ନେଇ ଅସନ୍ତୋଷ ତେଜିଥିଲା । ବାପା ଓ ସାବତ ମା’ଙ୍କ ପାଖରେ ନାବାଳକର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସରକାରୀ ଶିଶୁ ଯତ୍ନ ଗୃହରେ ଥଇଥାନ୍ କରିବାକୁ ଦାବି ହୋଇଥିଲା । ଯାହା ଫଳରେ ପ୍ରଶାସନ ଶିଶୁ ଯତ୍ନଗୃହରେ ରଖି ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳକର ପାଠପଢ଼ାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି । ଅପରାହ୍ନ ପ୍ରାୟ ୫ଟାରେ ଛେଣ୍ଡିପଦା ପୁଲିସ୍ ଗାଁରେ ପହଞ୍ଚôଥିଲା । ଅଭିଯୋଗ କ୍ରମେ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।