ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ୍ ୧୪ରେ ହାଜର ହେବାକୁ ନିଦେ୍ର୍ଦଶ
ରାଞ୍ଚି, ୮ା୮: ବିରୋଧୀ ମେଣ୍ଟରେ ଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ହାଜର ହେବାକୁ ସମନ କରିଛି । ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ସମନ କରାଯାଇ ଆସନ୍ତା ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଛି । ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଗତବର୍ଷ ନଭେମ୍ବରରେ ଇଡି ଜେରା କରିଥିଲା । ରାଞ୍ଚି ଅଫିସରେ ଦୀର୍ଘ ୧୦ ଘଣ୍ଟା କାଳ ଇଡିର ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ ।