ବଜ୍ର ନେଲା ୯ ଜୀବନ

ଭୁବନେଶ୍ୱର/ବାଲୁଗାଁ, ୩୧ା୭(ଆପ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ବଜ୍ରପାତରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଚିଲିକା ଅଞ୍ଚଳରେ ମାଛ ଧରିବା ପାଇଁ ଯାଇଥିବା ବାପ-ପୁଅଙ୍କର ବଜ୍ରପାତରେ ଅକାଳରେ ମୃତ୍ୟୁ ହୋଇଛି । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟ ବାହାବଜାର ଗ୍ରାମରେ ବଜ୍ରପାତରେ ବୁଦ୍ଧି ବେହେରା ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବଣାଇ ଘୋଷରା ଗାଁରେ ·ଷ କାମ ବେଳେ ବଜ୍ରପାତରେ ନାବାଳିକା ପ୍ରାଣ ହରାଇଛନ୍ତି । ସେହିପରି ଆନନ୍ଦପୁର ହାଟଡିହିରେ ବିଲ କାମ ବେଳେ ବଜ୍ରପାତରେ ·ଷୀଙ୍କ ମୃତ୍ୟୁ ହୋଇଛି । ନିଳଗିରିରେ ଜଣେ ମହିଳା ଓ ବାଙ୍କି ଡମପଡାରେ ଜଣେ ଚାଷୀ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ସେହିପରି ତିହିଡି ଓ ଖଣ୍ଡପଡାରେ ୨ ଜଣଙ୍କର ବଜ୍ରପାତଜନିତ ମୃତୁ୍ୟ ଘଟିଥିବା ଜଣାପଡିଛି । ରବିବାର ରାତିରେ ନିଆଳିରେ ଦୁଇ ଜଣ ଲୋକ ବଜ୍ରାଘାତରେ ପ୍ରାଣ ହରାଇଥିଲେ ।
ଗତକାଲି ବିଳମ୍ବିତ ରାତ୍ରୀରେ ବାଲୁଗାଁ ଏନଏସି ୧ନଂ ୱାର୍ଡ ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁଅ ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ । ସେହି ସମୟରେ ଉଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଧୀବରଙ୍କ ଦ୍ୱାରା ଏହି ଖବର ସକାଳେ ପହଞ୍ଚିବା ପରେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ଶବ ଚିଲିକାରୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ବାଲୁଗାଁ ପୋଲିସ ମୃତ ଶରୀର ଦ୍ୱୟକୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ବାପ-ପୁଅଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *